ଗଛରେ ଚଢିବା ବେଳେ ବିଦ୍ୟୁତ୍ ଆଘାତରେ ଦୁଇ ଶିଶୁଙ୍କ ମୃତ୍ୟୁ…

ମାଲକାନଗିରି : ପଡିଆ ବ୍ଲକ ଗାଆଁ ପାଖ ଜଙ୍ଗଲରେ ଥିବା କୁସୁମ ଗଛରୁ ଗୋଟିଏ ଚଢେଇକୁ ଧରିବା ପାଇଁ ଦୁଇ କୁନିକୁନି ଶିଶୁ ଗଛ ଉପରକୁ ଚଢିବା ବେଳେ ଅଚାନକ ବିଦ୍ୟୁତ୍ ତାର ସ୍ପର୍ଶରେ ଆଘାତ ପାଇ ଛିଟିକି ହୋଇ ଭୂଇଁରେ କଚାଡି ହୋଇ ପଡିଥିଲେ। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ରୋଡଗୁଡାରେ ଥିବା ହାଟ ପଦା ନିକଟରେ। ଏହି ଗ୍ରାମର ମୃତ ଲାଚ୍ଛା ମାଡିର ପୁଅ ମାଙ୍ଗା ମାଡି ଓ ଦୁଲା ପଡିଆମୀଙ୍କ ପୁଅ ଚନ୍ଦନ ପଡିଆମି ଆଜି ସକାଳୁ ଗ୍ରାମ ହାଟପଦା ନିକଟରେ ଖେଳୁଥିବା ବେଳେ ନିକଟସ୍ଥ ଜଙ୍ଗଲରେ ଥିବା ଗୋଟିଏ କୁସୁମ ଗଛରେ ଥିବା ପକ୍ଷୀ ଧରିବାକୁ ଗଛକୁ ଚଢିଥିଲେ। ଗଛ ଚଢିବା ବେଳେ ଅଚାନକ ବିଦ୍ୟୁତ୍ ତାର ସଂଷ୍ପର୍ଶରେ ଆସି ଛିଟିକି ପ୍ରାୟ ୨୦ ଫୁଟ ତଳକୁ ପଡିଥିଲେ। ଘଟଣା ସ୍ଥଳରେ ମାଙ୍ଗା ମୃତ୍ୟୁବରଣ କରିଥିବା ବେଳେ ଚନ୍ଦନକୁ ସ୍ଥାନୀୟ ଲୋକ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଚନ୍ଦନର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପଟେ ଏ ନେଇ ଖବର ପାଇ ପଡିଆ ବିଡିଓ ରାମକୃଷ୍ଣ ନାୟକ ଓ କାଲିମେଳା ପୋଲିସ ଏସଆଇ ନରେନ୍ଦ୍ର ଭତ୍ରା ଘଟଣା ସ୍ଥଳରେ ପହଂଚି ଘଟଣାସ୍ଥଳ ବୁଲି ଦେଖିବା ସହ ପରିବାର ଲୋକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସକାଳୁ ଏଭଳି ଦୁଃଖଦ ଘଟଣା ବାବଦରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.