ମାଲକାନଗିରି : ପ୍ରତି ସ୍ଵାମୀ ସ୍ତ୍ରୀଙ୍କର ଇଚ୍ଛା ଥାଏ ତାଙ୍କ କୋଳରେ ମଧ୍ୟ ଛୁଆଟିଏ ଖେଳୁ । ତାଙ୍କ ପାଇଁ ଆଗକୁ ଯାଇ ସେହି ଛୁଆଟି ତାଙ୍କର ସାହାରା ହେଉ । ତେଣୁ ସ୍ଵାମୀ ସ୍ତ୍ରୀ ଯେତେବେଳେ ଜାଣନ୍ତି ଯେ ସେମାନେ ବାପା ମା ହେବାକୁ ଯାଉଛନ୍ତି ଖୁସିରେ ବିଭୋର ହୋଇ ଉଠନ୍ତି । ତେବେ ଏହି ସମାଜରେ ଏପରି ଅନେକ ସ୍ଵାମୀ ସ୍ତ୍ରୀ ଅଛନ୍ତି ଯାହାଙ୍କର ବିଭିନ୍ନ ସମସ୍ୟା ଯୋଗୁଁ ଛୁଆ ହୋଇ ନଥାଏ । ସେହିପରି ଏହି ସମାଜରେ ଏପରି ଅନେକ ଲୋକେ ଅଛନ୍ତି ଯେଉଁମାନେକି ନିଜ ଜନ୍ମିତ ଛୁଆକୁ ପର କରି ଚାଲି ଯାନ୍ତି । ତେବେ ଏହି ଅଲୋଡା ଶିଶୁଙ୍କୁ ଉଧାର କରି ସରକାରଙ୍କ ପକ୍ଷରୁ ଅନାଥ ଆଶ୍ରମରେ ରଖା ଯାଉଥିବା ବେଳେ ଅନେକ ସ୍ଵାମୀ ସ୍ତ୍ରୀ, ଯେଉଁମାନେ ନିଜେ ଛୁଆ ଜନ୍ମ କରି ନପାରନ୍ତି ସେମାନେ ଏହି ଅସହାୟ ଶିଶୁଙ୍କୁ କୋଳେଇ ନିଅନ୍ତି ଆଉ ନୂଆ ସଂସାର ତିଆରି କରି ଶିଶୁର ଉଜ୍ଜ୍ଵଳ ଭବିଷ୍ୟତ ଗଢିବାର ପ୍ରୟାସ କରନ୍ତି । ଆଜି ଏହିପରି କିଛି ସମାନ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଯେଉଁଠି ବେଙ୍ଗଲୁରରୁ ଆସିଥିବା ଗୋଟିଏ ଦମ୍ପତି ଗୋଟିଏ ଅଲୋଡା ହୋଇ ଯାଇଥିବା ଅନାଥ ଶିଶୁକୁ କୋଳେଇ ନେଇଛନ୍ତି । ଯେଉଁ ଶିଶୁ ଦିନେ କାହା ପାଇଁ ଅଲୋଡା ହୋଇଯାଇଥିଲା ଆଜି ସେହି ଶିଶୁ ଏହି ଦମ୍ପତିଙ୍କ ମୂହରେ ହସ ଫୁଟାଇବା ସହ ତାଙ୍କ ପରିବାରକୁ ସମ୍ପୂର୍ଣ କରିଥିବା ଉଭ୍ୟ ସ୍ଵାମୀ ସ୍ତ୍ରୀ ପ୍ରକାଶ କରିଛନ୍ତି । ପରିବର୍ତ୍ତନ ସା ଏଜେନ୍ସିର ଡାଇରେକ୍ଟ ନିତ୍ୟାନନ୍ଦ ପ୍ରଧାନ କିଛି ମାସ ତଳେ ଆକାଶ ନାମକ ଏକ ଅନାଥ ଶିଶୁକୁ ଅପଣାଇଥିଲେ ।ଆଜି ସମସ୍ତ କାଗଜ ପତ୍ର ଯାଞ୍ଚ ହେବା ପରେ ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ୱାରା ବେଙ୍ଗାଲୁର ର ଦମ୍ପତି ରାଜଳଷ୍ମୀ ଓ ସୁଦୁଲାଇ ମୁତ୍ତୁ ଙ୍କୁ ଆକାଶ ନାମକ ଶିଶୁଟିକୁ ପ୍ରଦାନ କରାଯାଇଥିଲା।ଏହି ଦମ୍ପତ୍ତି ପୂର୍ବରୁ ଏକ କନ୍ୟା ସନ୍ତାନ ବିହାର ରୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ। ବର୍ତମାନ ଗୋଟିଏ ଝିଅ ଓ ପୁଅ ଟିଏ ପାଇବା ପରେ ସେମାନଙ୍କ ପରିବାର ସମ୍ପୂର୍ଣ୍ଣ ହୋଇଥିବା ଦମ୍ପତି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.