ଭୁବନେଶ୍ୱର: ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ହଷ୍ଟେଲ ରୁମରେ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଚନ୍ଦକା ଥାନା ଗୋଠପାଟଣାରେ ଥିବା ଘରୋଇ ବିଶ୍ବବିଦ୍ୟାଳୟ ଭିତରେ ଘଟିଛି ଘଟଣା । BSc Data Science ର ଦ୍ଵିତୀୟ ବର୍ଷ ଛାତ୍ରୀ ଅର୍ଚ୍ଚନା ଦାସ ଆତ୍ମହତ୍ୟା କରିଛନ୍ତି । କେନ୍ଦୁଝରରୁ ଆସି ଅର୍ଚ୍ଚନା ଏଠି ପାଠ ପଢ଼ୁଥିଲେ ।
ଗତକାଲି ପରୀକ୍ଷା ଦେଇ ଆସିବା ପରେ ରୁମ୍ ଭିତରେ ଏଭଳି କରିଥିବା ଜଣା ପଡ଼ିଛି । ତେବେ ହଷ୍ଟେଲ କର୍ତ୍ତୃପକ୍ଷ ବିନା ପୋଲିସ ଉପସ୍ଥିତିରେ ଓ ବିନା ପରିବାର ଲୋକଙ୍କ ଉପସ୍ଥିତିରେ ଅର୍ଚ୍ଚନାକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣାକୁ ନେଇ ପରିବାର ଲୋକ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବ ହୀନତାକୁ ଦାୟୀ କରିଛନ୍ତି ପରିବାର ଲୋକ ।