ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳିତ

ମାଲକାନଗିରି : ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳନ କରାଯାଇଛି । ନିରାଡମ୍ବର ସହକାରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିବା ବେଳେ ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ନିର୍ମିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପୁଷ୍ପମାଲ୍ୟ ଅରପଣ କରିବା ସହ ତିଳ ତର୍ପଣ ପ୍ରଦାନ କରଯାଇଥିଲା । ଜିଲ୍ଲାର ବିଭିନ୍ନ ଧର୍ମର ଲୋକେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଜାତି ଧର୍ମ ବର୍ନ ନିର୍ବିଶେଷରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ତାଙ୍କର ଗୁଣଗାନ କରିଥିଲେ । ଏହି ଅବସରରେ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା, ରାଜ୍ୟ ଏସଡିସି ଉପଦେଷ୍ଟା ପ୍ରଦୀପ ମାଝି, ଜିଲ୍ଲା ଏସଡିସି ଅଧକ୍ଷ ଆଡମା ରାବା, ପୂର୍ବତନ ବିଧାୟକ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧଷା ସାମାରି ତାଙ୍ଗୁଲ, ପୌର ଅଧକ୍ଷ ମନୋଜ କୁମାର ବାରିକ, ବିଏଲକେ ଅଧକ୍ଷ ଗୌରି ପଡିଆମୀଙ୍କ ସମେତ ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ବରିଷ୍ଠ ନେତା ନୃସିଙ୍ଘ ଚରଣ ମହାନ୍ତି, ବହୁ ଦଳୀୟ କର୍ମୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.