ସମଲିଙ୍ଗୀ ବିବାହକୁ ସୁପ୍ରିମ୍‌ କୋର୍ଟରେ ବିରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନୂଆ ସାମାଜିକ ଅନୁଷ୍ଠାନ ସୃଷ୍ଟି ନ୍ୟାୟିକ ନିର୍ଦ୍ଧାରଣ ପରିସର ବାହାରେ ହୋଇଥିବାରୁ ସମଲିଙ୍ଗୀ ବିବାହ ଅଧିକାରକୁ ସମ୍ମତି ଦେଇ ଅଦାଲତମାନେ ସମଗ୍ର ଆଇନ ଶାଖାର ପୁନର୍ଲିଖନ କରିପା‌ରିବେ ନାହିଁ ବୋଲି ସମଲଙ୍ଗୀ ବିବାହକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।
ଏହାଛଡ଼ା, ଭାରତରେ ସମଲିଙ୍ଗୀ ବିବାହର ଆଇଗତ ବୈଧ୍ୟତା ଦାବି କରୁଥିବା ଉକ୍ତ ପିଟିସନ୍‌ଗୁଡ଼ିକୁ ଶୁଣାଣି ପାଇଁ ଗ୍ରହଣ କରାଯାଇଥିବା କଥାକୁ ବି କେନ୍ଦ୍ର ସରକାର ବିରୋଧ କରିଛନ୍ତି।
ରବିବାର ଦିନ ଦାଖଲ କରିଥିବା ସଦ୍ୟତମ ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଯେ, ଅଦାଲତରେ ଦାଏର କରାଯାଇଥିବା ପିଟିସନ୍‌ଗୁଡ଼ିକ ସାମାଜିକ ଗ୍ରହଣୀୟତା ଉଦ୍ଦେଶ୍ୟରେ ନଗରାଞ୍ଚଳ ଆଭିଜାତ୍ୟ ବର୍ଗର ମତାମତ ପ୍ରତିଫଳନ କରୁଛି।
ଏହାକୁ ଆଇନସିଦ୍ଧ କରିବାକୁ ହେଲେ ଗ୍ରାମୀଣ, ଅର୍ଦ୍ଧ-ଗ୍ରାମୀଣ ଓ ନଗରାଞ୍ଚଳ ଜନସାଧାରଣଙ୍କ ସାମଗ୍ରିକ ଦୃଷ୍ଟିଭଙ୍ଗୀ ଓ ମତାମତ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏହାଛଡ଼ା, ବିବାହ କ୍ଷେତ୍ରରେ ଥିବା ଧର୍ମ ବିଶ୍ବାସ, ବ୍ୟକ୍ତିଗତ ରୀତିନୀତି, ତଥା ଅନ୍ୟାନ୍ୟ ଦିଗକୁ ବି ବିଚାର କରିବାକୁ ପଡ଼ିବ।
ସମଲିଙ୍ଗୀ ବିବାହର ଆଇନଗତ ‌ବୈଧ୍ୟତା ଦାବି କରି ଫାଇଲ ହୋଇଥିବା କେତେଗୁଡ଼ିଏ ପିଟିସନ୍‌ର ପ୍ରତ୍ୟୁତ୍ତର ଭାବେ କେନ୍ଦ୍ର ସରକାର ଉକ୍ତ ସତ୍ୟପାଠ ଦାଖଲ କରିଛନ୍ତି।
ତେଣୁ, ମଙ୍ଗଳବାର ଦିନଠାରୁ ଏହି ମାମଲାର ଶୁଣାଣି ନିମନ୍ତେ ଏକ ୫ଜଣିଆ ସୁପ୍ରିମ୍‌ କୋର୍ଟ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଛନ୍ତି। ଏପ୍ରିଲ୍‌ ୧୮ ତାରିଖ ଦିନ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ସିଂହ ଏବଂ ବିଚାରପତି ଏସ୍‌. କେ. କଉଲ୍‌, ଏସ୍. ରବୀନ୍ଦ୍ର ଭଟ୍ଟ, ପି. ଏସ୍. ନରସିଂହ ଏବଂ ହିମା କୋହଲି ଏହି ପିଟିସନ୍‌ଗୁଡ଼ିକର ଶୁଣାଣି ଆରମ୍ଭ କରିବେ।
ସୂଚନାଯୋଗ୍ୟ, ମାର୍ଚ ୧୩ ତାରିଖ ଦିନ ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାକୁ ଏକ ବୃହତ୍ତର ଖଣ୍ଡପୀଠକୁ ରେଫର୍‌ କରିଥିଲେ।

nis-ad
Leave A Reply

Your email address will not be published.