ଜାତିଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜୁନ ଖଡ୍‌ଗେ

ନୂଆଦିଲ୍ଲୀ: ଜାତିଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିକୁ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି।
ଏପ୍ରିଲ୍‌ ୧୬ ତାରିଖ ଦିନ ଲିଖିତ ଉକ୍ତ ଚିଠିରେ ଖଡ୍‌ଗେ ମଧ୍ୟ ଦର୍ଶାଇଛନ୍ତି ଯେ, ପ୍ରତି ଦଶ ବର୍ଷରେ ହେଉଥିବା ଜନଗଣନା ୨୦୨୧ରେ ହେବା କଥା, କିନ୍ତୁ ତହା ଏଯାବତ୍‌ ‌ହୋଇନାହିଁ। ଏହାଛଡ଼ା, ସଦ୍ୟତମ ଜାତିଭିତ୍ତିକ ଜନଗଣନାର ନିର୍ଭରଯୋଗ୍ୟ ‘ଡାଟାବେସ୍‌’ ନ ଥିବାରୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ ହୋଇ ପାରୁନାହିଁ। ବିଶେଷକରି, ‘ଅନ୍ୟାନ୍ୟ ପଛୁଆ ବର୍ଗ’ଙ୍କ ନିମେନ୍ତ ଅସୁବିଧା ହେଉଛି।
ଚିଠିରେ ସେ ଆହୁରି ମଧ୍ୟ କହିଛନ୍ତି, ଜାତୀୟ କଂଗ୍ରେସର ଦାବି ଅନୁସାରେ, ସଦ୍ୟତମ ଜାତିଭିତ୍ତିକ ଜନଗଣନା ରେକର୍ଡ ଉପସ୍ଥାପନ ପାଇଁ ମୁଁ ପୁଣି ଥରେ ଆପଣଙ୍କୁ ଚିଠି ଲେଖୁଛି। ଅନ୍ୟାନ୍ୟ ବିରୋଧୀ ଦଳର ନେତାମାନଙ୍କ ପରି ଆଗରୁ ଅନେକ ଥର ମୁଁ ଏବଂ ମୋର ସହଯୋଗୀମାନେ ସଂସଦର ଉଭୟ ଗୃହରେ ଏହି ଦାବି ଉତ୍ଥାପନ କରିଛୁ।
୨୦୧୧-୧୨ରେ ୨୫ କୋଟି ପରିବାରକୁ ଅନ୍ତର୍ଭୁକ୍ତ କରି ପ୍ରଥମ ଥର ପାଇଁ ‘ଉପା’ ସରକାର ‘ସାମାଜିକ ଆର୍ଥିକ ଓ ଜାତି ଜନଗଣନା’ (ଏସ୍‌ଇସିସି) କରିଥିଲା। ମେ ୨୦୧୪ରେ ଆପଣଙ୍କ ସରକାର କ୍ଷମତାସୀନ ହେବା ପରେ କଂଗ୍ରେସ ଏବଂ ଅନ୍ୟ ସାଂସଦମାନେ ଦାବି କଲେ ସୁଦ୍ଧା ବିଭିନ୍ନ କାରଣରୁ ଉକ୍ତ ଜାତିଗତ ତଥ୍ୟ ପ୍ରକାଶ ପାଇଲା ନାହିଁ।
ତେଣୁ, ତୁରନ୍ତ ଜାତିଭିତ୍ତିକ ଜଣଗଣନା କରାଯିବା ଉଚିତ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

nis-ad
Leave A Reply

Your email address will not be published.