ପିକଅଫ ଭ୍ୟାନ୍ ଧକ୍କାରେ ଭିଣେଇ ମୃତ, ଶଳା ଓ ଶାଳି ଗୁରୁତର

ବରଗଡ଼: ପିକଅଫ ଭ୍ୟାନ୍ ଗାଡି ଧକ୍କାରେ ଭିଣେଇ ମୃତ, ଶଳା ଶାଳି ଗୁରୁତର । ବରଗଡ଼ ସହର ବ୍ଲକ ପଥର୍ଲା ଛକରେ ଏଭଳି ହୃଦୟ ବିତାରକ ଦୃଶ୍ୟ ଦେଦିବାକୁ ମିଳିଛି । ପଥର୍ଲା ଗ୍ରାମର ସ୍ୱସ୍ତିକ ସାହୁ ତାଙ୍କ ଶଳା ଓ ଶାଳିଙ୍କ ସହିତ ମୋଟର ସାଇକେଲ ଯୋଗେ ଯାଉଥିବା ବେଳେ ଏକ ପିକଅଫ ଭ୍ୟାନ୍ ଗାଡି ପଥର୍ଲା ଛକ ନିକଟରେ ଧକ୍କା ହୋଇଥିଲା ।

ଫଳରେ ଘଟଣାସ୍ଥଳରେ ସ୍ୱସ୍ତିକ ସାହୁଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଗୁରୁତର ଭାବେ ଶଳା ଆଉ ଶାଳିଙ୍କୁ ଉଦ୍ଧାର କରି ବରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରାଯାଇଛି । ବରଗଡ଼ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.