ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସିବିଆଇର ସମନ୍‌…

ନୂଆଦିଲ୍ଲୀ : କେଜ୍ରିଓ୍ଵାଲଙ୍କୁ ସିବିଆଇର ସମନ୍‌ । ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସମନ୍‌ । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ମାମଲାରେ କେଜ୍ରିଓ୍ଵାଲଙ୍କୁ ସମନ କରିଛି ସିବିଆଇ । ୧୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିନ ୧୧ଟାରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି । ସମନ ପରେ ଆପ୍‌ ସାଂସଦ ସଞ୍ଜୟ ସିଂ କହିଛନ୍ତି, ଅତ୍ୟାଚାରର ଅନ୍ତ ନିଶ୍ଚିନ୍ତ ହେବ । କେଜ୍ରିଓ୍ଵାଲଙ୍କ ବିରୋଧରେ ଏହା ଷଡ୍‌ଯନ୍ତ୍ର ।

ଆମ୍‌ ଆଦମୀ ପାର୍ଟିକୁ ଜାତୀୟ ଦଳର ମାନ୍ୟତା ମିଳିବା ପରେ ବିଜେପି ବିଚଳିତ ହୋଇଯାଇଛି। କେଜ୍ରିଓ୍ଵାଲଙ୍କ ଲଢ଼େଇ ରୋକିବ ନାହିଁ ବୋଲି କହିଛନ୍ତି ଆପ୍‌ ସାଂସଦ ସଞ୍ଜୟ ସିଂ । ଅବକାରୀ ନୀତି ମାମଲାରେ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ଅନେକ ସମୟ ଧରି ପଚରାଉଚରା କରିବା ପରେ ଫେବ୍ରୁଆରୀ ୨୬ ତାରିଖରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ।

ପରେ ମାର୍ଚ୍ଚ ୯ତାରିଖରେ ତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହାପରଠୁ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଆସୁଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲ। ଦିଲ୍ଲୀ ଅବକାରୀ ନୀତି ପ୍ରଣୟନ ବେଳେ ଦୁର୍ନୀତି ହୋଇଥିବା ନେଇ ଇଡି ଓ ସିବିଆଇ ତଦନ୍ତରୁ ଜଣାପଡ଼ିଛି।

୨୦୨୧ ନଭେମ୍ବର ୧୭ତାରିଖରେ କେଜ୍ରିୱାଲ ସରକାର ନୂଆ ଅବକାରୀ ନୀତି ପ୍ରଣୟନ କରିଥିଲେ। ତେବେ ଏଥିରେ କିଛି ଲାଇସେନ୍‌ସ ଧାରୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଏହା ଦ୍ୱାରା ରାଜ୍ୟ ସରକାରଙ୍କୁ ପ୍ରାୟ ୧୪୪ କୋଟି ୩୬ ଲକ୍ଷ ଟଙ୍କାର ରାଜସ୍ୱ ହାନି ହୋଇଥିଲା। ଏନେଇ ଦିଲ୍ଲୀର ତତ୍କାଳୀନ ମୁଖ୍ୟ ସଚିବ ଉପରାଜ୍ୟପାଳ ଭିକେ ସକ୍‌ସେନାଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ପରେ ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

nis-ad
Leave A Reply

Your email address will not be published.