ସୁନ୍ଦରଗଡ଼ ଠାରେ ଡଃ ବି. ଆର୍. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ସୁନ୍ଦରଗଡ଼-୧୪/୦୪/୨୩ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ଡଃ. ବି.ଆର୍. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି I ସ୍ଥାନୀୟ ସଦଭାବନା
ଭବନ ଠାରେ ଆୟୋଜିତ ଏହି କାର୍ଯକ୍ରମରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରବି ନାରାୟଣ ସାହୁ ଭାରତୀୟ ସମ୍ବିଧାନ ପ୍ରତି ଡଃ. ଆମ୍ବେଦକରଙ୍କ ଅବଦାନ ଉପରେ ନିଜର ଅଭିଭାଷଣ ରଖିଥିଲେ I ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଅଭିମନ୍ୟୁ ବେହେରା ଡଃ. ଆମ୍ବେଦକରଙ୍କ ସ୍ମୃତି ଚାରଣ କରିବା ସହିତ ସେହି ମହାନ ଆତ୍ମାଙ୍କର ଜୀବନଦର୍ଶନ ରେ ଅନୁପ୍ରାଣିତ ହେବାକୁ ଆହ୍ଵାନ ଦେଇଥିଲେ I ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ ଡଃ. ଆମ୍ବେଦକର ଶିକ୍ଷାକୁ ଆୟୁଧ କରି କିଭଳି ଭାବେ ସମାଜରୁ ଛୁଆଁ ଅଛୁଆଁ ଭେଦଭାବ ଦୁରୀକରଣ ନିମନ୍ତେ ବଦ୍ଧପରିକର ଥିଲେ ସେ ସମ୍ପର୍କରେ ନିଜ ବକ୍ତବ୍ଯରେ ପ୍ରକାଶ କରିଥିଲେI


କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଅତିଥି ଅଧ୍ୟାପିକା ସୁସ୍ମିତା ଭୋଇ ମୁଖ୍ୟବକ୍ତା ଭାବେ ଡଃ. ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ଏବଂ ଭାରତୀୟ ସମ୍ବିଧାନ ପ୍ରଣୟନ, ସମାଜରୁ କୁସଂସ୍କାର ତଥା ଅସ୍ପୃଶ୍ୟତା ଦୂରୀକରଣ ସହ ଏକ ସୁସ୍ଥ ସମାଜ ଗଠନ କରିବାରେ ତାଙ୍କ ଅବଦାନ ଉପରେ ଆଲୋଚନା କରିଥିଲେ I ସେ ସର୍ବଦା ଏପରି ଏକ ସମାଜ ର ପରିକଳ୍ପନା କରିଥିଲେ ଯେଉଁଠାରେ କି ସମାଜ ର ପ୍ରତ୍ୟେକ ନାଗରିକ ସମାନ ସୁବିଧା ସୁଯୋଗ ପାଇପାରିବେ ଏବଂ ସମାନ ଅଧିକାର ପାଇପାରିବେ ବୋଲି ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଭୂଷଣ ଶାସନୀ, ରାମେଶ୍ୱର ଟପ୍ପୋ,ସିଲବେଷ୍ଟର ତିର୍କୀ, ଗୋପ କୃଷ୍ଣ ନାୟକ, ବିବିଧ ବିଶ୍ଵ, ବିଦ୍ୟାଳୟର ଛାତ୍ରମାନେ ଯୋଗ ଦେଇଥିଲେ ଏବଂ ଡଃ. ଆମ୍ବେଦକର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ସ୍ମୃତି ଚାରଣ କରିଥିଲେ I

nis-ad
Leave A Reply

Your email address will not be published.