ଭାରତରତ୍ନ ବାବାସାହେବ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳନ

ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୂଜ୍ୟପୂଜା ସମିତିର ଦାବୀ


ବ୍ରହ୍ମପୁର (୧୪/୦୪) : ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟପୂଜା ସମିତି ପକ୍ଷରୁ ଆଜି ଡ଼. ଭୀମରାଓ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତିରେ ଲାଞ୍ଜିପଲ୍ଲୀ ସ୍ଥିତ ଡ଼ଃ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ସମାଜସେବୀ ତ୍ରିନାଥ ମହାରଣା ମାଲ୍ୟାର୍ପଣ କରିବା ପରେ ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ସ୍ମରଣ ସଭା ଅନୁଷ୍ଠିତ ହୋଇଯାଇଛି l ଆମ ଦେଶ ଭାରତବର୍ଷ ଏକ ସର୍ବଭୌମ,ଗଣତାନ୍ତ୍ରିକ,ଧର୍ମନିରପେକ୍ଷ, ସମାଜବାଦୀ ଦେଶ ଏଟେ l ଏହି ମହାନ ଦେଶର ମହାନ ବ୍ୟକ୍ତି,ସମ୍ବିଧାନ ପ୍ରଣେତା,ସ୍ବାଧୀନତା ସଂଗ୍ରାମୀ,ଦଳିତ ଓ ଆଦିବାସୀଙ୍କ ରକ୍ଷାକର୍ତା, ଜାତିପ୍ରଥା ବିରୋଧୀ ଆନ୍ଦୋଳନର ମହାନ ନାୟକ ଡ଼ଃ.ଭୀମରାଓ ଆମ୍ବେଦକର 14 ଏପ୍ରେଲ 1891 ମସିହାରେ ମଧ୍ୟ ପ୍ରଦେଶର ମହୁ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l ସେ
ବାଲ୍ୟକାଳରୁ ମାତା ସବିତା ଦେବୀଙ୍କୁ ହରାଇ ମାଉସୀ ପାଖରେ ରହି ଶିକ୍ଷା ଅଧୟନ କରିଥିଲେ l ବାବାସାହେବଙ୍କୁ ଅଛୁଆଁ,ଅସ୍ପୃଶ୍ୟ ଜାତିରେ ଜନ୍ମ ହୋଇଛୁ କହି ବିଦ୍ୟାଳୟରେ ଶିକ୍ଷକ ଅଲଗା ବସିବାକୁ କହୁଥିଲେ, ଅଲଗା ଖାଇବାକୁ କହୁଥିଲେ, ପାଣି ମଧ୍ୟ ଅଲଗା ପିଇବାକୁ କହୁଥିଲେ l ଏଭଳି ସଂଘର୍ଷମୟ ଓ ଅପମାନଜନକ ଜୀବନ ବିତାଉଥିଲେ ଡ଼ଃ.ଭୀମରାଓ ଆମ୍ବେଦକର l
ଭାରତରେ ଦଳିତ ଲୋକଙ୍କୁ ତଥାକଥିତ ସବର୍ଣ୍ଣ ମାନେ କେବେ ବି ମଣିଷ ଭଳି ବିଚାର କରୁନଥିଲେ l ଦଳିତ ମାନଙ୍କର ଦାଣ୍ଡରେ ଚାଲିବା,ସର୍ବ ସାଧାରଣ ନଳକୂପ ବା ପୋଖରୀରୁ ପାଣି ପିଇବାର ଅଧିକାର ନଥିଲା l ଛୁଆଁ ଅଛୁଆଁ ଭେଦଭାବ ରଖି ଦଳିତ ସମ୍ପ୍ରଦାୟର ଲୋକମାନଙ୍କୁ ତଥାକଥିତ ସବର୍ଣ୍ଣ ଜାତିର ଲୋକ ମାନେ ଘୃଣା କରୁଥିଲେ, ଏଭଳି ପରିସ୍ଥିତିରେ ବାବା ସାହେବ ଆମ୍ବେଦକର ଦଳିତଙ୍କ ରକ୍ଷା କବଚ ଭାବେ ସମଗ୍ର ଦଳିତ ସମାଜକୁ ଏକାଠି କରିଥିଲେ ଓ ଉଚ୍ଚ ଶିକ୍ଷିତ ହେବା, ମିଳିତ ଶକ୍ତି ସଂଚୟ କରି ସଂଘର୍ଷ କରିବା ପାଇଁ ସବୁବେଳେ କହୁଥିଲେ l ସେ ହିନ୍ଦୁ ଧର୍ମରେ ପ୍ରବଳ ମାତ୍ରାରେ ଅନ୍ଧ ବିଶ୍ୱାସ, କୁସଂସ୍କାର,ମଣିଷ ମଣିଷ ମଧ୍ୟରେ ଅସମାନତା ଓ ଛୁଆଁ ଛୁତି ଦେଖି ହିନ୍ଦୁ ଧର୍ମ ପରିତ୍ୟାଗ କରି ଲକ୍ଷ ଲକ୍ଷ ଦଳିତଙ୍କୁ ସାଙ୍ଗରେ ନେଇ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ l
ବାବାସାହେବ କେବଳ ଜାତିପ୍ରଥା ବିରୋଧୀ ଆନ୍ଦୋଳନ କରିନଥିଲେ ଦଳିତଙ୍କ ପାଇଁ ସାମାଜିକ, ଅର୍ଥନୈତିକ, ରାଜନୈତିକ ସମାନ ଅଧିକାର ପାଇଁ ସଂଘର୍ଷ କରିଥିଲେ ଏବଂ ବ୍ୟକ୍ତିଗତ ସମ୍ପତ୍ତିର ବିଲୋପ କରିବା, ସମସ୍ତ କାରଖାନାକୁ ଜାତୀୟ କରଣ କରିବା, ଜମିର ଜାତୀୟକରଣ କରିବା, ମହିଳାଙ୍କୁ ସମାନ ଅଧିକାର ଦେବା, ଚାଷୀ ଓ ଶ୍ରମିକଙ୍କ ଅଧିକାର ପାଇଁ ଆଇନ ଆଣିବା ଆଦି ଜୋରଦାର ଆନ୍ଦୋଳନ କରିବା ସହ ଜାତି ନିର୍ମୁଳ ସମାଜ ଗଠନ କରି ଏକ ମାନବ ସମାଜ ଗଢିବାକୁ ଜୀବନ ସାରା ଲଢେଇ ଜାରି ରଖିଥିଲେ lବାବାସାହେବଙ୍କ ସେହି ଲଢେଇ ଆଜି ବି ଜୀବିତ ଅଛି l ତା ଆଜି ପର୍ଯ୍ୟନ୍ତ ଭାରତ ସରକାର ଏହି ମାଟିରୁ ମଣିଷର ମନମସ୍ତିଷ୍କରୁ ଜାତି ପ୍ରଥା ଦୂର କରିନାହାଁନ୍ତି l ଧର୍ମ ଭଳି ବ୍ୟକ୍ତିଗତ ପ୍ରସଙ୍ଗକୁ ଆଧାର କରି ମଣିଷ ମଣିଷ ମଧ୍ୟରେ ଘୃଣା ଓ ହିଂସାର ମନୋଭାବ ସୃଷ୍ଟି କରୁଛନ୍ତି l ଗରିବ ମେହନତି ମଣିଷର ଜମି, ଜଙ୍ଗଲ, ପାଣି ତଥା ସମସ୍ତ ପ୍ରାକୃତିକ ସମ୍ପଦକୁ କର୍ପୋରେଟ କମ୍ପାନୀ ହାତକୁ ଟେକିଦେଉଛନ୍ତି l ଦଳିତ ଆଦିବାସୀଙ୍କ ସମସ୍ତ ଅଧିକାରକୁ ଲୁଟ କରାଯାଉଛି l ଅଧିକାର ପାଇଁ ସ୍ୱର ଉତ୍ତୋଳନ କଲେ ମିଥ୍ୟା କେସରେ ଗିରଫ କରାଯାଉଛି l ଏଣୁ ଆଜିର ଦିନରେ ସମସ୍ତ ଦେଶବାସୀ ସଂକଳ୍ପକରି ବାବାସାହେବଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆଗେଇ ଆସିବାକୁ ହେବ,ଜୋରଦାର ସଂଘର୍ଷ କରିବାକୁ ହେବ ଆଜି ବି 70 ଭାଗ ଦଳିତଙ୍କ ପାଖରେ ଜମିପଟ୍ଟା କିମ୍ବା ଘର ପଟ୍ଟା ନାହିଁ ଦଳିତ ଲୋକଟି ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛି l ଏହି ପରିପ୍ରେକ୍ଷୀରେ ଦଳିତ ମେହନତି ମଣିଷକୁ ରାଜନୈତିକ ଭାବେ ସଚେତନ ହେବା ନିହାତି ଆବଶ୍ୟକ ରହିଛି l ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରର ବିଭିନ୍ନ ବୁଦ୍ଧିଜୀବୀ ଯୋଗଦେଇ ଇଞ୍ଜିନିଅରିଂ ସ୍କୁଲ ଛକଠାରେ ଆମ୍ବେଦକରଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବିକାଶ ସ୍ବେଛାସେବୀ ଅନୁଷ୍ଠାନର ଡ଼ିଲିଶ୍ୱର ଦାସ, ଗୁଣନିଧି ବେହେରା, ନଳିନୀ ବେହେରା, ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା, ଏସ. ସମ୍ବଶିବା ରାଓ, କବିରାଜ ସାହୁ, ସୁବାଷ ଚନ୍ଦ୍ର ମିଶ୍ର, ରବିନ୍ଦ୍ର ନାୟକ,ବିଜୟ ଚନ୍ଦ୍ର ବିଶୋଇ, ବିଜୟ କୁମାର ବେହେରା, ମାଗୁଣି ନାହାକ, ଗଗନ ଚାନ୍ଦ ପ୍ରଧାନ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ମନୋଜ କୁମାର ତରାଇ, ଭାସ୍କର ହାତୀ, ଆର, ସତ୍ୟ ନାରାୟଣ ରାଓ,ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

nis-ad
Leave A Reply

Your email address will not be published.