୨୪ ଘଣ୍ଟାରେ ସାରା ଦେଶରୁ ୧୧ହଜାର ୧୦୯ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୧୧ ହଜାର ପାର କରିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୧୦୯ ପଜିଟିଭ୍‌ । ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର ୧୫୮ ପଜିଟିଭ୍‌ । ବିଶେଷ କରି ୫ଟି ରାଜ୍ୟରେ ଦ୍ରୁତ ବଢୁଛି ସଂକ୍ରମଣ ।

ଗତ ୨୪ ଘଣ୍ଟାରେ କେରଳରୁ ସର୍ବାଧିକ ୩ହଜାର ୯୮ ସଂକ୍ରମିତ ବାହାରିଛନ୍ତି । ସେହିପରି ଦିଲ୍ଲୀରୁ ୧୫ଶହ ୨୭, ମହାରାଷ୍ଟ୍ରରୁ ୧ହଜାର ୮୬, ହରିୟାଣାରୁ ୮୫୫ ଓ ଉତ୍ତରପ୍ରଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୫୪୯ ନୂଆ ଆକ୍ରାନ୍ତ । ମୋଟ୍‌ ୨୧ଟି ରାଜ୍ୟରୁ ନୂଆ ସଂକ୍ରମିତ ବାହାରିଛନ୍ତି । ୬ଟି ରାଜ୍ୟରୁ କେହି ସଂକ୍ରମିତ ବାହାରି ନାହାନ୍ତି । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୨୯ ଜୀବନ । ସଂକ୍ରମଣ ସହ ଉପରମୁହାଁ କୋଭିଡ୍‌ ଆକ୍ଟିଭ୍‌ କେସ୍‌ । ଦେଶରେ କରୋନା ସକ୍ରିୟ ମାମଲା ୫୦ ହଜାର ମୁହାଁ ହୋଇଛି । ଏବେ ମୋଟ୍‌ ଆକ୍ଟିଭ କେସ୍‌ ରହିଛି ୪୯ ହଜାର ୬୨୨ ।

nis-ad
Leave A Reply

Your email address will not be published.