ଭାରତରେ ମୁସ୍‌ଲମାନମାନେ ଅସୁବିଧାରେ ଥିଲେ କ’ଣ ସେମାନଙ୍କ ଜନସଂଖ୍ୟା ବୃଦ୍ଧି ପାଇଥାନ୍ତା?: ସୀତାରମଣ

ନୂଆଦିଲ୍ଲୀ: ବିଶ୍ବ ବ୍ୟାଙ୍କ୍‌, ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌, ଜି୨୦ ଅର୍ଥମନ୍ତ୍ରୀ ଏବଂ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଗଭର୍ଣ୍ଣର୍ସଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବା ପାଇଁ ଗତକାଲିଠାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିଛନ୍ତି। ସେଠାରେ ସେ ନିଜର ମନ୍ତବ୍ୟ ଦେଇ ପାକିସ୍ତାନର ମୁସଲମାନମାନଙ୍କ ତୁଳନାରେ ଭାରତର ମୁସଲମାନମାନେ ବହୁତ ଭଲରେ ଅଛନ୍ତି ବୋଲି କହିଛନ୍ତି। ନିର୍ମଳା ସୀତାରମଣ ଏବେ ୱାଶିଂଟନରେ ଅଛନ୍ତି।
ଯେତେବେଳେ ଭାରତରେ ପୁଞ୍ଜି ବିନିଯୋଗ ବିଷୟରେ ପ୍ରଶ୍ନ କରାଯିବାରୁ ସୀତାରମଣ କହିଛନ୍ତି, ‘ମୁଁ ଭାବୁଛି ଏହାର ଉତ୍ତର ସେହି ନିବେଶକଙ୍କ ନିକଟରେ ଅଛି ଯେଉଁମାନେ ଭାରତ ଯାଇ ପୁଞ୍ଜି ନିବେଶ କରୁଛନ୍ତି। ଯେଉଁମାନେ ପୁଞ୍ଜି ନବେଶ ପାଇଁ ଆଗ୍ରହୀ ଅଛନ୍ତି ମୁଁ ସେମାନଙ୍କୁ କେବଳ ଏତିକି କହିବି ଯେ ଅନ୍ୟ କାହାଠାରୁ କିଛି ଶୁଣିବା ପରିବର୍ତ୍ତେ ଥରେ ଆସନ୍ତୁ ଓ ଭାରତରେ କ’ଣ ଘଟୁଛି ଦେଖନ୍ତୁ।’
ସୀତାରମଣ ପିଟରସନ ଇନଷ୍ଟିଚ୍ୟୁଟ୍ ଫର୍ ଇଣ୍ଟରନ୍ୟାସନାଲ ଇକୋନୋମିକ୍ସ (ପିଆଇଆଇଇ) ର ​​ସଭାପତି ଆଡାମ ଏସ୍ ପୋଜେନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି। ଆଡାମ ଏସ୍ ପୋଜେନ ସୀତାରମଣଙ୍କୁ ପାଶ୍ଚାତ୍ୟ ଗଣମାଧ୍ୟମରେ ବିରୋଧୀ ଦଳର ସାଂସଦ ମାନ୍ୟତା ହରାଇବା ଏବଂ ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କ ବିରୋଧରେ ହିଂସା ନେଇ ପ୍ରଶ୍ନ ପଚାରିଥିଲେ।

ଯାହାର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି, ‘ବିଶ୍ବରେ ସବୁଠାରୁ ଅଧିକ ମୁସଲମାନ ଜନସଂଖ୍ୟା ଥିବା ଦେଶ ମଧ୍ୟରେ ଭାରତ ହେଉଛି ଦ୍ବିତୀୟ। ଯଦି ବାସ୍ତବରେ ସେମାନଙ୍କ ଜୀବନ ଭାରତରେ କଷ୍ଟସାଧ୍ୟ ହୋଇଥାନ୍ତା ତେବେ କ’ଣ ୧୯୪୭ ମସିହାରେ ଯେତିକି ମୁସ୍‌ଲମାନ ଜନସଂଖ୍ୟା ଥିଲେ ତାହା ବୃଦ୍ଧି ପାଇଥାନ୍ତା?’

ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ପାକିସ୍ତାନକୁ ନିନ୍ଦା କରି ସୀତାରମଣ କହିଛନ୍ତି ଯେ ଭାରତ ଦୁଇ ଭାଗରେ ବିଭକ୍ତ ହେବା ପରେ ଗଠିତ ପଡୋଶୀ ରାଷ୍ଟ୍ର ପାକିସ୍ତାନରେ କେତେକ ମୁସଲମାନ ସଂପ୍ରଦାୟର ବିଲୋପ ହୋଇଛି।

nis-ad
Leave A Reply

Your email address will not be published.