ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ବୌଦ୍ଧ ବନବିଭାଗରୁ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କାଠ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ବୌଦ୍ଧ ବନବିଭାଗରୁ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ l ବୌଦ୍ଧ ଜିଲ୍ଲାରୁ ଏକ ଟ୍ରକ ଯୋଗେ ଶ୍ରୀକ୍ଷେତ୍ରରେ ୪୦ଫୁଟିଆ ୨୮ଖଣ୍ଡ ଧଉରା କାଠ ପହଞ୍ଚିଛି। ଆସିଥିବା ଏହି ଧଉରା କାଠରେ ଚକରେ ଲାଗିବାକୁ ଥିବା ଅଖ ନିର୍ମାଣ ହେବ। ଚଳିତ ବର୍ଷ ଘୋଷଯାତ୍ରା ପାଇଁ ପ୍ରାୟ ତିନି ଶହ ଖଣ୍ଡ ରଥକାଠ ପ୍ରେରଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ଠାରେ ରଥକାଠ ପ୍ରେରଣ ପାଇଁ ପୂଜାର୍ଚ୍ଚନା କରାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ , ଏସପି ରାଜପ୍ରସାଦ, ବନଖଣ୍ଡ ଅଧିକାରୀ, ଉପଜିଲ୍ଲାପାଳ, ନଗରପାଳ, ଏସିଏଫ, ତହସିଲଦାର ପ୍ରମୁଖ ରଥକାଠ ପ୍ରେରଣର ଶୁଭାରମ୍ଭ କରିଥିଲେ ।

ତେବେ ରଥକାଠକୁ ସ୍ବତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ପ୍ରେରଣ କରାଯାଇଥିଲା । ଶହଶହ ଶ୍ରଦ୍ଧାଳୁ ଭାବ ବିନୋଦିଆ ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରେରିତ ହେଉଥିବା ଏହି ରଥକାଠକୁ ଦର୍ଶନ କରି ଭାବ ବିହ୍ବଳ ହୋଇ ଥିଲେ । ତେବେ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳା କ୍ଷେତ୍ର ଗଡଜାତ ବୌଦ୍ଧ । ବୌଦ୍ଧ ସହିତ ପୁରୀ ଶ୍ରୀମନ୍ଦିରର ସମ୍ପର୍କ ଦୀର୍ଘ କାଳରୁ ରହିଆସିଛି ।

nis-ad
Leave A Reply

Your email address will not be published.