ଟ୍ରେନରେ ପିଟି ହୋଇ ହାତୀ ମୃତ୍ୟୁ ଘଟଣା: ରେଳ ବିଭାଗକୁ ଦାୟୀ କଲା ବନ ବିଭାଗ

ଅନୁଗୁଳୁ: ଟ୍ରେନରେ ପିଟି ହୋଇ ହାତୀ ମରିବା ଘଟଣା । ହାତୀ ମୃତ୍ୟୁ ପାଇଁ ରେଳ ବିଭାଗକୁ ଦାୟୀ କଲା ବନ ବିଭାଗ । ରେଳ ବିଭାଗକୁ ପୂର୍ବରୁ ସୂଚନା ଦିଆ ଯାଇଥିବା ସତ୍ତ୍ୱେ ରେଳର ଗତି ଅଧିକ ଥିଲା । ଯେଉଁଥିପାଇଁ ଦନ୍ତା ହାତୀର ମୃତ୍ୟୁ ହେଲା ବୋଲି ସୂଚନା ଦେଇଛନ୍ତି ଅନୁଗୋଳ ଡିଏଫଓ ବିବେକ କୁମାର ।

ସୂଚନା ଅନୁଯାୟୀ ଅନୁଗୁଳ-ସମ୍ବଲପୁର ରେଳ ଲାଇନ୍‌ ଜରପଡ଼ା ଗାଁ ନିକଟରେ ଟ୍ରେନ୍‌ଟି ହାତୀକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପ୍ରାୟ ୧୦୦ ମିଟର ଦୂରରେ ଛିଟକି ପଡିଥିଲା ହାତୀ। ସମ୍ବଲପୁର- ସାଲିମାର ଟ୍ରେନରେ କଟି ହାତୀ ମରିଥିବା ସୂଚନା। ହାତୀଟି ରେଳଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ ଧକ୍କାରେ କଟିଯାଇଥିବା ଜଣାପଡିଛି। ଖବରପାଇ ବନବିଭାଗ ଓ ରେଲ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି।

nis-ad
Leave A Reply

Your email address will not be published.