ଖ୍ରୀଷ୍ଟିଆନ ମିସନାରିଙ୍କ ତୁଳନାରେ ହିନ୍ଦୁ ସାଧୁସନ୍ଥମାନେ ଅଧିକ ସେବାକାର୍ଯ୍ୟ କରିଛନ୍ତି : ମୋହନ ଭାଗବତ

ଜୟପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ରାଓ ଭାଗବତ ଆଜି ଜୟପୁରରେ ଆରମ୍ଭ ହୋଇଥିବା ‘ସେବା ସଙ୍ଗମ’ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ସେବା ହିଁ ମଣିଷର ମାନବିକତାର ସ୍ୱାଭାବିକ ଅଭିବ୍ୟକ୍ତି । ଦକ୍ଷିଣ ପ୍ରଦେଶରେ ହିନ୍ଦୁ ଆଧ୍ୟାତ୍ମିକ ଗୁରୁମାନଙ୍କ ଦ୍ୱାରା କରାଯାଉଥିବା ସେବାକାର୍ଯ୍ୟ ମିଶନାରିମାନଙ୍କ ଠାରୁ ବହୁତ ଅଧିକ ।
ମୋହନ ଭାଗବତ କହିଛନ୍ତି, ସେବା କଥା ଉଠିଲେ ଦେଶର ବୁଦ୍ଧିଜୀବୀମାନେ ସାଧାରଣତଃ ମିଶନାରିମାନଙ୍କ ନାମ ନେଇଥାନ୍ତି। ମିଶନାରୀମାନେ ସାରା ବିଶ୍ୱରେ ଅନେକ ସ୍କୁଲ ଓ ହସ୍ପିଟାଲ ଚଳାଉଛନ୍ତି, ଏହା ସମସ୍ତେ ଜାଣନ୍ତି। କିନ୍ତୁ ଦକ୍ଷିଣ ଭାରତରେ ଆଧ୍ୟାତ୍ମିକ ଗୁରୁ, ଆଚାର୍ଯ୍ୟ, ମୁନି ଓ ସନ୍ନ୍ୟାସୀମାନେ ମିଶି ଯେଉଁ ସେବା କରନ୍ତି, ତାହା ମିଶନାରୀମାନଙ୍କ ସେବାଠାରୁ ଅନେକ ଗୁଣ ଅଧିକ। ମୁଁ ପ୍ରତିଯୋଗିତା କଥା କହୁନାହିଁ। କିଏ ଅଧିକ,କିଏ କମ ସେକଥା ମୁଁ କହୁନାହିଁ । ଏଥିସହ ସେ କହିଥିଲେ ଯେ ସେବା ଏକ ସୁସ୍ଥ ସମାଜ ସୃଷ୍ଟି କରେ, କିନ୍ତୁ ଏକ ସୁସ୍ଥ ସମାଜ ଗଠନ କରିବା ପୂର୍ବରୁ ଏହା ପ୍ରଥମେ ଆମକୁ ସୁସ୍ଥ କରିଥାଏ ।

ଏହି ସେବା ସଙ୍ଗମରେ ଦେଶର ୮୦୦ରୁ ଅଧିକ ସ୍ୱେଚ୍ଛାସେବୀ ସଂଗଠନର ପ୍ରାୟ ୩ ହଜାର ପ୍ରତିନିଧି ଯୋଗ ଦେଉଛନ୍ତି। ବଞ୍ଚିତ, ଶୋଷିତ, ଅବହେଳିତ ଓ ବଞ୍ଚିତ ଭାଇମାନଙ୍କ ଉନ୍ନତିରେ ନିୟୋଜିତ ସେବା ଭାରତୀର ଏହା ହେଉଛି ତୃତୀୟ ବୃହତ୍ ସଙ୍ଗଠନ।

nis-ad
Leave A Reply

Your email address will not be published.