ଏସବିଆଇ ସର୍ଭର ଡାଉନ୍‌ : ୟୁପିଆଇ, ନେଟ୍‌ ବ୍ୟାଙ୍କିଙ୍ଗ୍‌, ୟୋନୋ ସେବା ଠପ୍‌..!

ନୂଆଦିଲ୍ଲୀ/ ମୁମ୍ବାଇ: ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ସର୍ଭର ଅଚଳ ହୋଇପଡ଼ିଛି! ଫଳରେ ସମସ୍ତ ପ୍ରକାରର ଡିଚିଟାଲ ବ୍ୟାଙ୍କିଙ୍ଗ; ନେଟ୍‌ ବ୍ୟାଙ୍କିଙ୍ଗ୍‌, ୟୁପିଆଇ, ୟୋନୋ ଆପ୍‌, କ୍ରେଡିଟ୍‌ କାର୍ଡ ପେମେଣ୍ଟ୍‌ ଭଳି ଅନେକ ସେବା ପ୍ରଭାବିତ ହୋଇଛି ଏବଂ ଗ୍ରାହକମାନେ ଅନେକ ଅସୁବିଧା ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।
ହସ୍ତଗତ ରିପୋର୍ଟରୁ ପ୍ରକାଶ, ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ସର୍ଭର ପ୍ରଭାବିତ ହୋଇଥିବାରୁ ଏପ୍ରକାରର ସମସ୍ୟା ସୃଷ୍ଟି ହୋଇଛି ଏବଂ ନେଟ୍‌ ବ୍ୟାଙ୍କିଙ୍ଗ୍‌, ୟୁପିଆଇ, ୟୋନୋ ଆପ୍‌, କ୍ରେଡିଟ୍‌ କାର୍ଡ ପେମେଣ୍ଟ୍‌ ବିଳମ୍ବ ଭଳି ଅନେକ ସେବା ପ୍ରଭାବିତ ହୋଇଛି।
ଏହି କାରଣରୁୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଗ୍ରାହକମାନେ ଅନେକ ଅସୁବିଧା ଓ ଦୁର୍ଦ୍ଦଶାର ସମ୍ମୁଖୀନ ହେବାପରେ ଏବେ ଏନେଇ ସୋସିଆଲ ୍‌ ମିଡିଆରେ ଅଭିଯୋଗ କରିବା ସହ ଘଟଣା ପ୍ରତି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ୱେବସାଇଟ୍‌ ମନିଟରିଂ ସର୍ଭିସ ଡାଉନଡିଟେକ୍ଟର ଅନୁଯାୟୀ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଭାରତୀୟ ସମୟ ସକାଳ ୯ଟା ୧୯ରୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ସର୍ଭର ଅଚଳ ହୋଇପଡ଼ିବା ସହ ସମସ୍ୟାର ସମ୍ମୁଖୀନ ହୋଇଛି।
ଅନେକ ଉପଭୋକ୍ତା ଆଜି ସକାଳୁ ସେବା ଉପଲବ୍ଧ ହୋଉ ନଥିବା କଥା ସେୟାର କରିଥିବା ବେଳେ ଅନ୍ୟ କେତେକ କହିଛନ୍ତି ଯେ ସେମାନେ ଗତ କିଛି ଦିନ ହେବ (ଗତ ପ୍ରାୟ ୩ ଦିନ ଧରି) ଏସବିଆଇ ସେବାକୁ ଆକସେସ୍‌ କରିବାରେ ସକ୍ଷମ ହେଉ ନାହାନ୍ତି।

nis-ad
Leave A Reply

Your email address will not be published.