ନୀତୀଶଙ୍କ ପାଇଁ ସବୁଦିନ ଲାଗି ବିଜେପି ଦ୍ୱାର ବନ୍ଦ: ଅମିତ ଶାହ…

ନୂଆଦିଲ୍ଲୀ : ଆଜି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନୀତୀଶଙ୍କ ପାଇଁ ବିଜେପି ଦ୍ୱାର ସବୁଦିନ ବନ୍ଦ ହୋଇଯାଇଛି ବୋଲି ସେ କହିଛନ୍ତି। ଅମିତ ଶାହା ଆଜି ବିହାର ଗସ୍ତରେ ଯାଇ ନୱାଡାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଏପରି ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ନୀତୀଶ କୁମାରଙ୍କ ପାଇଁ ବିଜେପିର କବାଟ ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ଯଦି ଆପଣ ଭାବୁଛନ୍ତି ଯେ ପୁଣି ବିଜେପିର ସମର୍ଥନ ପାଇବ, ତେବେ ଏହାକୁ ଭୁଲିଯାଅ। ଆପଣଙ୍କ ପାଇଁ ବିଜେପିର ଦ୍ୱାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ଶାହ ଆହୁରି ମଧ୍ୟ କହିଛନ୍ତି, ନୀତୀଶ ବାବୁଙ୍କୁ କ୍ଷମତାର ଲୋଭ ଲାଲୁ ଜିଙ୍କ କୋଳରେ ବସିବାକୁ ବାଧ୍ୟ କଲା।

ମୁଁ ଏପରି ସ୍ବାର୍ଥପର ସରକାର ଦେଖି ନାହିଁ। ମୁଁ ଲାଲୁ ଜୀଙ୍କୁ ମଧ୍ୟ କହିବାକୁ ଆସିଛି ଯେ ନୀତୀଶ ପ୍ରଧାନମନ୍ତ୍ରୀ ହେବାକୁ ଯାଉନାହାଁନ୍ତି। ଯଦି ମୋଦୀ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ନୀତୀଶ ଆପଣଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ କରିବେ ନାହିଁ। ବିହାରର ଲୋକମାନେ ନିଷ୍ପତ୍ତି ନେଇଛନ୍ତି ଯେ ବିହାରର ସମସ୍ତ ୪୦ଟି ଆସନରେ ପଦ୍ମଫୁଲ ଫୁଟାଇବେ | ଅମିତ ଶାହା ଆହୁରି କହିଛନ୍ତି, “ମୁଁ ବିହାରର ଲୋକଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଆମେ ନୀତୀଶ କୁମାରଙ୍କ ସହ ଆଉ କେବେ ବି ଗଠବନ୍ଧନ କରିବୁ ନାହିଁ ।

ବିହାରର ଲୋକମାନେ ନିଷ୍ପତ୍ତି ନେଇଛନ୍ତି ଯେ, ବିହାରର ସମସ୍ତ ୪୦ଟି ଆସନରେ ପଦ୍ମ ଫୁଟିବାକୁ ଯାଉଛି। ମୁଁ ବିହାରର ଲୋକଙ୍କୁ କହିବାକୁ ଚାହେଁ, ୨୦୨୪ରେ ବିହାରରୁ ଭାଜପାକୁ ୪୦ଟି ଆସନ ଦିଅନ୍ତୁ ଏବଂ ୨୦୨୫ରେ ଭାଜପା ସରକାର ଗଠନ କରନ୍ତୁ। ଦଙ୍ଗାକାରୀଙ୍କୁ ଉଚିତ ଜବାବ ଦିଆଯିବ।

nis-ad
Leave A Reply

Your email address will not be published.