ରାଧେଶ୍ୟାମ ଫାଉଣ୍ଡେସନ ଓ ଟ୍ରଷ୍ଟ ପକ୍ଷରୁ ଓଡିଶା ଦିବସ ପାଳିତ

ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ

ଛତ୍ରପୁର : ଓଡିଶା ଦିବସ ଉତ୍କଳର ଗର୍ବ, ଗୈାରବ ଓ ଗାରିମାର ଦିବସ । ଯେଉଁ ମହାପୁରୁଷ ମାନେ ବିଖଣ୍ଡିତ ଓଡିଶାକୁ ଏକତ୍ରୀ କରଣ କରିଥିଲେ ସେମାନଙ୍କୁ ଭକ୍ତିଭରା ପ୍ରଣତି ଜଣାଇବା ଓ ସ୍ମରଣ କରିବାର ଦିବସ । ଏହି ଅବସରରେ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ରାଧେଶ୍ୟାମ ଫାଉଣ୍ଡେସନ ଓ ଟ୍ରଷ୍ଟ ପକ୍ଷରୁ ଓଡିଶା ଦିବସ ପାଳିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ଭିଆଇପି ରୋଡ ପାଶ୍ୱର୍ରେ ଥିବା ଉତ୍କଳ ଗୈାରବ ମଧୁସୂଦନ ଦାସ , ହରେକୃଷ୍ଣ ମହତାବଙ୍କ ଠାରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ଥିବା ବରପୂତ୍ର ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସିର ଉପାଧ୍ୟକ୍ଷ ଜି.ପାପା ରାଓ, କାଉନସିଲର ପ୍ରୀତିଛନ୍ଦା ସାମଲ , ସନ୍ତୋଷୀ ସେଠୀ, ସୁମନ୍ତ ନାହାକ, ଅବସରପ୍ରାପ୍ତ ସେକ୍ସନ ଅଫିସର ପ୍ରଶାନ୍ତ କୁମାର ଶତପଥୀ , ଛତ୍ରପୁର ନଗର ବିଜେଡି ସଭାପତି ବି.ରାଜୁବାବୁ, ପିଏନୟୁଏ କଲେଜର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର ଦାଶ ଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.