ବିଜେଡିର ଚାଣକ୍ୟ ସାନଦେଓଙ୍କ ପରଲୋକ

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟି ରାଜନୀତି କ୍ଷେତ୍ରରେ ବିଜେଡିର ଚାଣକ୍ୟ ଭାବେ ପରିଚିତ ସମସ୍ତଙ୍କ ପ୍ରିୟ ସାନଦେଓ ଙ୍କ ଗୁରୁବାର ମଧ୍ୟରାତ୍ର ରେ ପରଲୋକ ହୋଇଯାଇଛି । ତାଙ୍କର ପ୍ରକୃତ ନାମ ଦୁର୍ଗା ପ୍ରସାଦ ଦେଓ । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୭୦ ବର୍ଷ ବୟସ ହୋଇଥିବା ଜଣାପଡିଛି। ଗୁରୁବାର ରାତ୍ର ଖାଇସାରି ସେ ବାଥରୁମ ଯାଇ ସେଠାରେ ପଡିଯିବା ପରେ ତାଙ୍କ ମୁଣ୍ଡରେ ଗଭୀର ଆଘତ ହୋଇଥିଲା। ଯାହାରି ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଖବର ପହଞ୍ଚିବା କ୍ଷଣି ଗୁରୁବାର ରାତ୍ର ଠାରୁ ତାଙ୍କ ପ୍ରଶଂସକ ଙ୍କ ଭିଡ଼ ଚିକିଟୀ ରାଜଉଆସ ରେ ଜମିଥିଲା । ଚିକିଟୀ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଉଷାଦେବୀଙ୍କ ଦିଅର ସାନଦେଓ । ଚିକିଟୀ ରାଜନୀତିରେ ସେ ସମସ୍ତଙ୍କ ନିକଟରେ ସାନଦେଓ ଭାବେ ବେଶ ପରିଚିତ ।

ଶୁକ୍ରବାର ସକାଳୁ ମନ୍ତ୍ରୀ ଉଷାଦେବୀ ଚିକିଟୀ ଫେରି ଶେଷ ଦର୍ଶନ କରିଥିବା ବେଳେ ବହୁ ସରକାରୀ ପଦାଧିକାରୀ ଚିକିଟୀ ରାଜନହର ପହଞ୍ଚି ଶେଷ ଦର୍ଶନ କରିଥିଲେ । ଚିକିଟୀ ଏନଏସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ଚିକିଟୀ ଏସଡିପିଓ ,କେ.ନୂଆଗାଁ ଥାନାଧିକାରୀ ପ୍ରମୁଖଙ୍କ ସହ ଚିକିଟୀ ଏନଏସି,ବ୍ଲକ ଓ ପାତ୍ରପୁର ବ୍ଲକରୁ ହଜାର ହଜାର ଲୋକ ରାଜଉଆସରେ ପ୍ରବଳ ଭିଡ଼ ଜମାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏକ ଆମ୍ବୁଲାନ୍ସ ରେ ସାନଦେଓଙ୍କ ମର ଶରୀର କୁ ଏକ ବିରାଟ ଶୋଭାଯାତ୍ରାରେ ଚିକିଟୀ ଗଡ଼, ପେଣ୍ଠ ,କରବାଲୁଆ ,ଧାନଘର ସମେତ ସମଗ୍ର ବିଜ୍ଞାପିତ ଅଞ୍ଚଳ ପରିକ୍ରମା କରାଯାଇଥିଲା । ସାନଦେଓ ଆଜ୍ଞା ଅମର ରହେ ଧ୍ୱନୀରେ ଚିକିଟୀ ପ୍ରକମ୍ପିତ ହୋଇଥିଲା । ସେ ଚିକିଟୀ ଏନଏସି ର ଚେୟାରମ୍ୟାନ ଭାବେ ୧୯୯୭ ରୁ ୨୦୦୨ ପର୍ଯ୍ୟନ୍ତ ନିର୍ବାଚିତ ହୋଇ ଚେୟାରମେନ ଭାବେ ରହିଥିବା ବେଳେ ଚାରିଥର ଭାଇସ ଚେୟାରମ୍ୟାନ ଦାୟିତ୍ୱ ତୁଲାଇଥିଲେ ।

ବର୍ତମାନ ସେ ଚିକିଟୀ ଏନଏସି ର ଭାଇସ ଚେୟାରମ୍ୟାନ ଭାବେ ଅବସ୍ଥାପିତ ଥିଲା ଅବସ୍ଥାରେ ମୃତ୍ୟୁବରଣ କରିଥିବାରୁ ଚିକିଟୀ ଏନ୍ ଏସି କାର୍ଯ୍ୟାଳୟରେ ତାଙ୍କର ମର ଶରୀରକୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଗତ ପଞ୍ଚାୟତ ନିର୍ବାଚନ ସମୟରେ ତାଙ୍କର ସ୍ବାସ୍ଥ୍ୟ ଭଲ ନଥିବାରୁ ଅନୁପସ୍ଥିତି ରହିଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣି ଚିକିଟୀ ରାଜନୀତିରେ ସକ୍ରିୟ ହେବା ଆରମ୍ଭ କରିଥିଲେ । ଚିକିଟୀ ମାଟି ଜଣେ ଜନପ୍ରିୟ ନେତାଙ୍କୁ ହରେଇ ଥିବାରୁ ତାଙ୍କ ର ସମସ୍ତ ଶୁଭେଚ୍ଛୁ ପ୍ରଶଂସକ ଓ ସମର୍ଥକଙ୍କ ଦୁଃଖରେ ଲୁହ ଝରାଉ ଥିବା ଦେଖିବାକୁ ମିଳିଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ବଡ଼ଭାଇ ତ୍ରିଗୁଣାତିତ ଦେଓ, ଭାଉଜ ମନ୍ତ୍ରୀ ଉଷାଦେବୀ,ଝିଆରି, ପୁତୁରା ବୋହୁ ନାତି ନାତୁଣୀ ଉପସ୍ଥିତ ରହିଥିଲେ। ପୁତୁରା ତଥା ସମାଜ ସେବୀ ଶ୍ରୀରୁପ ଦେବ ଙ୍କ ଅନୁପସ୍ଥିତି ଫଳରେ ରାଜ ପରିବାରର ବ୍ରାହ୍ମଣ ପୁତ୍ର ମୁଖାଗ୍ନି ଦେଇଥିଲେ।

nis-ad
Leave A Reply

Your email address will not be published.