ଜାଲ ସାର୍ଟିଫିକେଟ ଘଟଣା: ତଦନ୍ତ କରି ତଥ୍ୟ ଦେବାକୁ ବଲାଙ୍ଗିର ଶିକ୍ଷା ଅଧିକାରୀଙ୍କୁ ପୋଲିସର ଚିଠି…

ବଲାଙ୍ଗିର: ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାରେ ତଦନ୍ତ ଆଗକୁ ବଢୁଛି । ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଜିଲ୍ଲାର କେଉଁ କେଉଁ ବିଭାଗରେ ନକଲି ସାର୍ଟିଫିକେଟରେ ଚାକିରି କରୁଛନ୍ତି ପୋଲିସ ତାର ତାଲିକା କରି ସମ୍ପୃକ୍ତ ବିଭାଗକୁ ଜଣାଇଛି । ଏନେଇ ବିଭାଗୀୟ ତଦନ୍ତ ପାଇଁ ପୋଲିସ ଚିଠି ଲେଖିଛି । ଏହି ଘଟଣାର ତଦନ୍ତ ପାଇଁ ବଲାଙ୍ଗିର ପୋଲିସ ୪ଟି ଟିମ ଗଠନ କରାଯାଇଛି। ଜାଲ ସାର୍ଟିଫିକେଟ ତିଆରି କରୁଥିବା ରାକେଟର ପର୍ଦ୍ଦାଫାସ ପରେ ଆଉ ଡାକ ବିଭାଗକୁ ନିଜ ଶିକ୍ଷାଗତ ପ୍ରମାଣ ପତ୍ରର ଯାଞ୍ଚ କରାଇବାକୁ କେହି ଆସି ନାହାନ୍ତି।

ବଲାଙ୍ଗିରରେ ଜାଲ ସାର୍ଟିଫିକେଟ ରାକେଟ ଠାବ କରି ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ଆଲୋକ ଉଦଗାତାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ହେଲେ ଏବେ ଅନେକ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ସେମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ତଦନ୍ତ ଚଳାଇଛି। ବଲାଙ୍ଗିର ଡାକ ବିଭାଗରେ ୮୩ଟି ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ଆଶାୟୀ ଆବେଦନ କରିଥିଲେ। ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ସମୟରେ ୩୭ଜଣ ଆବେଦନକାରୀଙ୍କ ଶିକ୍ଷାଗତ ପ୍ରମାଣପତ୍ର ନକଲି ବୋଲି ଜଣାପଡିଥିଲା ।

nis-ad
Leave A Reply

Your email address will not be published.