ପୁଣି ମାତିଲେ ମାଓବାଦୀ ଦୀର୍ଘଦିନ ନୀରବତା ପରେ ଟାୱାର ପୋଡିଲେ ନକ୍ସଲ…

ମାଲକାନଗିରି :ମାଲକାନଗିରି ସୀମାନ୍ତ ଛତିଶଗଡର ବସ୍ତର ଅଞ୍ଚଳରେ ପୁଣି ନକ୍ସଲ ହିଂସା l ନକ୍ସଲମାନେ ବର୍ତ୍ତମାନ ଛତିଶଗଡର କୋଣ୍ଡାଙ୍ଗାବ ଜିଲ୍ଲାରେ ଏକ ବଡ଼ ଘଟଣା ଘଟାଇଛନ୍ତି ​​l ନକ୍ସଲମାନେ କୋଣ୍ଡାଙ୍ଗାବ ଜିଲ୍ଲାର ବୟନାର ପୋଲିସ ଥାନା ଅନ୍ତର୍ଗତ ଚେରଙ୍ଗ ଗ୍ରାମରେ ଥିବା ଏକ ଘରୋଇ କମ୍ପାନୀର ମୋବାଇଲ ଟାୱାରରେ ନିଆଁ ଲଗାଇ ପୋଡି ଦେଇଛନ୍ତି l ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ନେଟୱାର୍କ ସମସ୍ୟା ଦେଖାଦେଇଛି l ସୂଚନାନୁସାରେ ବୟନାର ପୋଲିସ ଥାନା ଅଞ୍ଚଳର ଚେରଙ୍ଗ ଗ୍ରାମରେ ନକ୍ସଲମାନେ ଏହି ପୋଡାଜଳା କରିଛନ୍ତି l ଗ୍ରାମବାସୀଙ୍କ କହିବା ଅନୁଯାଇ ବୁଧବାର ବିଳମ୍ବିତ ରାତିରେ ବହୁ ସଂଖ୍ୟାରେ ସଶସ୍ତ୍ର ନକ୍ସଲମାନେ ଚେରଙ୍ଗ ଗ୍ରାମରେ ପହଞ୍ଚି ସେଠାରେ ଜିଓ କମ୍ପାନୀର ଏକ ମୋବାଇଲ ଟାୱାରର କଣ୍ଟ୍ରୋଲ ୟୁନିଟ ନିଆଁ ଲଗାଇ ଦେଇଥିଲେ l ଏହା ପରେ ଘଟଣାସ୍ଥଳରେ ନକ୍ସଲଦ୍ୱାରା ବ୍ୟାନେର ଓ ପୋଷ୍ଟର ମାଧ୍ୟମରେ ଏହି ଘଟଣାଟି ବୟାନାର ଏରିଆ କମିଟି ମାଓବାଦୀ ସଂଗଠନ ଦ୍ୱାରା ପୋଡାଜଳା କରାଯାଇଥିବା ଲେଖାଯାଇଛି l

nis-ad
Leave A Reply

Your email address will not be published.