ରାମନବମୀ ଉପଲକ୍ଷେ ଝରୀଗାଁରେ ବିଶାଳ ଶୋଭାଯାତ୍ରା

ଉମରକୋଟ : ଆଜି ରାମ ନବମୀ | ହିନ୍ଦୁ ପୁରାଣ ଅନୁସାରେ ହିନ୍ଦୁ ପୁରାଣ ରାମାୟଣ ର ମୁଖ୍ୟ ନାୟକ ତଥା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ଚୈତ୍ର ମାସ ର ଶୁକ୍ଲପକ୍ଷ ନବମୀ ତିଥିରେ ତ୍ରେତୟା ଯୁଗରେ ଅଯୋଧ୍ୟା ଠାରେ ଜନ୍ମ ନେଇଥିଲେ | ଆଜିର ଏହି ଦିନକୁ ରାମନବମୀ ଭାବେ ସମଗ୍ର ଭାରତ ବର୍ଷ ରେ ପାଳନ କରାଯାଏ | ହିନ୍ଦୁ ପୁରାଣ ଅନୁଯାୟୀ ବିଷ୍ଣୁ ହେଉଛନ୍ତି ସଂସାର ର ପାଳନ କର୍ତା | ସେ ସୃଷ୍ଟି ର ରକ୍ଷା ନିମନ୍ତେ ବାରମ୍ବାର ପୃଥିବୀ ପୃଷ୍ଠ କୁ ବିଭିନ୍ନ ଅବତାର ନେଇ ଅବତରଣ କରିଥାନ୍ତି | ତେଣୁ ସମସ୍ତ ହିନ୍ଦୁ ଧର୍ମାବଳମ୍ବି ରାମଚନ୍ଦ୍ର ଙ୍କ ଜନ୍ମଦିନ କୁ ରାମନବମୀ ଭାବେ ପାଳନ କରିଥାନ୍ତି |ବିଭିନ୍ନ ମନ୍ଦିର ମାନଙ୍କରେ ପ୍ରଭୁ ଶ୍ରୀରାମ ଙ୍କ ପୂଜାର୍ଚନା ଧୁମଧାମ ରେ ପାଳିତ ହୁଏ |

ଆଜି ରାମନବମୀ ଉପଲକ୍ଷେ ଝରୀଗାଁ ସଦର ମହକୁମା ଠାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି 200 ରୁ ଉର୍ଦ୍ଧ ଯୁବକ ମଟର ସାଇକେଲ ରେ ଏକ ଶୋଭାଯାତ୍ରା ରେ ବାହାରିଥିଲେ ସମସ୍ତେ ହାତରେ ଗୋଟିଏ ଗୋଟିଏ ପତାକା ଧରିଥିବା ବେଳେ ସମସ୍ତ ଙ୍କ ବେକ ରେ ଗେରୁଆ ଗାମୁଛା ଦେଖିବାକୁ ମିଳିଥିଲା | ଛୋଟ ଛୋଟ ପିଲାମାନଙ୍କୁ ରାମ, ଲକ୍ଷ୍ମଣ ଭରତ, ଶତ୍ରୁଘ୍ନ, ହନୁମାନ ଓ ଅନ୍ୟାନ୍ୟ ବେଶ ରେ ସୁସଜ୍ଜିତ କରି ଜୟ ଶ୍ରୀରାମ ଜୟ ଶ୍ରୀରାମ ନାରା ଦେଇ ଗୁରୁସିଂଘା ପଂଚାୟତ, ତେଲନଦୀ ପଂଚାୟତ ଏବଂ ଝରୀଗାଁ ପଂଚାୟତ ର ବିଭିନ୍ନ ଗ୍ରାମ ପରିଭ୍ରମଣ କରିଥିଲେ,ପ୍ରତିଗ୍ରାମରେ ମହିଳା ମାନେ ବନ୍ଦାପନା କରିବା ସହ ଫୁଲହାର ସବୁ ପିନ୍ଧେଇ ସ୍ୱାଗତ କରିବା ଦୃଶ୍ୟ ମାନ ବିରାଜ ମାନ | କଛୁଆ ସାହି ଠାରେ ରାମାୟଣ ଓ ଶ୍ରୀରାମ ଙ୍କ ଚରିତ୍ର ଉପରେ ଏକ ଆଲୋଚନା ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି, ପଂଚାୟତ ସବୁ ପରିଭ୍ରମଣ କରିବା ପରେ ଝରୀଗାଁ କୁ ଫେରି ସମସ୍ତେ ପ୍ରସାଦ ସେବନ କରିଥିଲେ ଓ ଏକ ବିଶାଳ ପଟୁଆରରେ ଝରୀଗାଁ ପରିଭ୍ରମଣ କରିଥିଲେ |ଆଜି ଝରୀଗାଁ ଅଂଚଳ ରେ ଜୟ ଶ୍ରୀରାମ, ଜୟ ଶ୍ରୀରାମ ନାରାରେ ପରିବେଶ ଉଛୁଳି ପଡୁଥିବା ଦେଖିବାକୁ ମିଳିଛି |

nis-ad
Leave A Reply

Your email address will not be published.