କମିଲା ଭାରତୀୟ ପାସପୋର୍ଟର ଶକ୍ତି…

ନୂଆଦିଲ୍ଲୀ: ଗତ ଏକ ବର୍ଷ ମଧ୍ୟରେ ଭାରତୀୟ ପାସପୋର୍ଟର ଶକ୍ତି ହ୍ରାସ ପାଇଛି। ଏଣିକି ଭାରତୀୟ ପାସପୋର୍ଟର ମୋବିଲିଟି ସ୍କୋର କରୋନା ମହାମାରୀ ସମୟ ତୁଳନାରେ କମ୍ ହୋଇଛି। ଏହା ସହ ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଭାରତର ମାନ୍ୟତା ୬ଟି ସ୍ଥାନ ତଳକୁ ଖସି ଆସିଛି। ପାସପୋର୍ଟ ଇଣ୍ଡେକ୍ସ ପକ୍ଷରୁ ପ୍ରକାଶିତ ତାଲିକା ଅନୁସାରେ ଭାରତର ପାସପୋର୍ଟର ମୋବିଲିଟି ସ୍କୋର ୭୦କୁ ଖସି ଆସିଛି |
କରୋନା ମହାମାରୀ ପୂର୍ବରୁ ଏହା ୨୦୧୯ରେ ୭୧ ଥିବାବେଳେ ପରେ ୨୦୨୨ ମସିହାରେ ୭୩ କୁ ବୃଦ୍ଧି ପାଇଥିଲା। ଇଣ୍ଡେକ୍ସ ଅନୁଯାୟୀ ଭାରତୀୟ ପାସପୋର୍ଟର ରା଼ଙ୍କିଙ୍ଗ ଚଳିତ ବର୍ଷ ୧୪୪କୁ ଖସି ଆସିଛି। ଏକ ବର୍ଷ ପୂର୍ବେ ଭାରତୀୟ ପାସପୋର୍ଟର ରା଼ଙ୍କିଙ୍ଗ ୧୩୮ ଥିଲା | ତେବେ ପାସପୋର୍ଟ ମୋବିଲିଟି ସ୍କୋର ହ୍ରାସ ଏମିତି ଏକ ସମୟରେ ହୋଇଛି ଯେତେବେଳେ ମହାମାରୀ ପରେ ଲୋକଙ୍କ ଯାତାୟାତ ବଢ଼ିଥିବାବେଳେ ଅର୍ଥବ୍ୟବସ୍ଥା ସୁଧୁରିଛି |
ଅନ୍ୟପଟେ ଏସୀୟ ଦେଶମାନଙ୍କ ମଧ୍ୟରେ ଦକ୍ଷିଣ କୋରିଆ ୧୭୪ ସ୍କୋର ସହିତ ଏହି ଦେଶର ପାସପୋର୍ଟ ୧୨ତମ ସ୍ଥାନରେ ଥିବାବେଳେ ଜାପାନ ୧୭୨ ସ୍କୋର ସହିତ ୨୬ତମ ସ୍ଥାନରେ ରହିଛି | ଏହି ବର୍ଷ କେବଳ ୧୦ଟି ଦେଶର ସ୍କୋରରେ ଉନ୍ନତି ହୋଇଛି | ବଡ଼କଥା ଯେ ଜର୍ମାନୀକୁ ଅତିକ୍ରମ କରି ସ୍ୱିଡ଼େନ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ସେହିପରି କେନିଆର ମାନ୍ୟତା ଚାରିଟି ସ୍ଥାନ ଉପରକୁ ବୃଦ୍ଧି ପାଇଛି।

ଉଲ୍ଲେଖ ଥାଉ କି କୌଣସି ଦେଶର ପାସପୋର୍ଟର ଶକ୍ତି ଭିସା ଆବଶ୍ୟକତା ବିନା କେତେ ଦେଶକୁ ସେହିଦେଶର ନାଗରିକ ଯାଇପାରିବେ ସେଥିରୁ ଜଣାପଡ଼ିଥାଏ | ଦେଶର ନାଗରିକ କେତେ ଦେଶକୁ ବିନା ଭିସାରେ ଯାଇପାରିବେ ସେହି ଅନୁଯାୟୀ, ଦେଶର ପାସପୋର୍ଟର ମୋବିଲିଟି ସ୍କୋର ସ୍ଥିର ହୋଇଥାଏ ।

nis-ad
Leave A Reply

Your email address will not be published.