ଦୁର୍ନୀତି ରେ ଉବୁଟୁବୁ ରାଉରକେଲା ତହସିଲ :ଏଠାରେ ଆଦାୟ ପ୍ରବଳ କାମ ଦୁର୍ବଳ…!


ସୁନ୍ଦରଗଡ଼ //ରାଉରକେଲା– ସୁନ୍ଦରଗଡ଼ ଜିଲ୍ଲା ର ରାଉରକେଲା, ବୀରମିତ୍ର ପୁର, କୁରମୁଣ୍ଡା ତହସିଲ ଦୁର୍ନୀତି ରେ ଉବୁଟୁବୁ କୁ ନେଇ କଥା ବାଟରୁ ଯାଇ ହାଟରେ ଗଡ଼ିଲାଣି ତଥାପି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଚେତା ପଶୁନି l ଏହି ତହସିଲ ଅଞ୍ଚଳ ସରକାରଙ୍କ ଗୁଡ ମାଠିଆ କହିଲେ କିଛିବି ଭୁଲ ହେବ ନାହିଁ l ଏହି ଅଞ୍ଚଳ ରେ ଥିବା ତହସିଲଦାର ମାନେ ରାଜ୍ୟର ରାଜସ୍ବ ବଢାଇବା ପରିବର୍ତ୍ତେ ନିଜର ରାଜସ୍ବ ବଢାଇବାରେ ଲାଗି ପଡିଛନ୍ତି କିଛି ବାଲି ଓ ଖଣି ମାଫିଆ ଙ୍କୁ ହାତବାରିସୀ କରି କୋଟି କୋଟି ଟଙ୍କା ଘଟଲା କରିଥିବା ଅନୁସନ୍ଧାନ ରୁ ଜଣା ପଡିଛି l ସୂଚନା ଥାଉକି ରାଉରକେଲା ତହସିଲ ଅଂଚଳରେ ଥିବା ଦୁଇ ବର୍ଷ ତଳର ଏକ ଦୁର୍ନୀତି ହସ୍ତକ୍ଷେପ ହୋଇଛି ଯାହାକି ବିଶ୍ବାସ ନହେଲେ ବି ନିରାଟ ସତ୍ୟ ଘଟଣା । ଗତ 12-11-2020 ତାରିଖ ରେ ତହସିଲ କାର୍ଯ୍ଯାଳୟ ତରଫରୁ ପ୍ରଧାନ ପାଲ୍ଲୀ ବାଲି ଘାଟ ପାଇଁ ନିଲାମ ଡ଼ାକ ହୋଇ ଥିଲା, ଏବଂ ଉକ୍ତ ଦିନ ମଧ୍ୟାହ୍ନ 4pm ସମୟରେ ନିଲାମ ପେପର ତତ୍କାଳୀନ ତହସିଲଦାର ମାନସ ରଞ୍ଜନ ସାହୁ ଏବଂ ନିଲାମ ଧାରୀ ଙ୍କ ଉପସ୍ଥିତିରେ ଯାଞ୍ଚ କରି H1 ନିଲାମ ଧାରୀ ଙ୍କ ନାମ ଘୋଷଣା କରାଯାଇଥିଲା। ସରକାରୀ ନିୟମ ଅନୁସାରେ ଠିକ୍ ଘୋଷଣା ର ସାତଦିନ ମଧ୍ୟରେ ନିଲାମ ଧାରୀ ଙ୍କୁ କାର୍ଯ୍ୟାଳୟ ତରଫରୁ ଏକ ଚିଠି ପଠାଯିବା କଥା,ଯାହାକି OMMC ନିୟମ ଅନୁଯାୟୀ H1 ନିଲାମ ଧାରୀ ଏକ ମାସ ମଧ୍ୟରେ 25%SD ଟଙ୍କା ତହସିଲ୍ କାର୍ଯ୍ୟାଳୟ ରେ ପୈଠ କରିବା କଥା, କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଠାରେ ସେସବୁ କିଛି ନିୟମ ପାଳନ ନକରି ଦିର୍ଘ ଦୁଇ ବର୍ଷ ପରେ 4-4-2022 ରେ ଚିଠି ପଠାଯିବା ତହସିଲଦାର ଶ୍ରୀ ଚନ୍ଦ୍ରକାନ୍ତ ମଲ୍ଲିକ ଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ପ୍ରକାଶ ଥାଉକି, ଏ ସମ୍ପର୍କରେ ସୂଚନା ହସ୍ତକ୍ଷେପ ହେବା ପରେ ଏହାକୁ ନେଇ ସ୍ଥାନୀୟ ରାଉରକେଲା ତହସିଲଦାରଙ୍କୁ ପଚାରି ବାରୁ ତହସିଲଦାର ଶ୍ରୀ ମଲ୍ଲିକ ଏହି ଅଭିଯୋଗ କୁ ନେଇ କୌଣସି ସଠିକ୍ ଉତ୍ତର ଦେଇପାରିନାହାନ୍ତି । ଯାହାକି ଦୁର୍ନୀତି ର ଗନ୍ଧ ଉଙ୍କି ମାରୁଛି, ରାଜ୍ୟସରକାର ଙ୍କ କୋଟି କୋଟି ଟଙ୍କା ର ରାଜସ୍ବ କ୍ଷତି କରି ଏହି ବାଲି ମାଫିଆ ଙ୍କୁ ଅନୁକମ୍ପା ଦେଖାଇବା ର କାରଣ ସହଜରେ ଅନୁମାନ କରାଯାଇ ପାରେ ଯାହାକି ଏହା ତଦନ୍ତ ସାପେକ୍ଷ । ଅଞ୍ଚଳ ରେ ଥିବା ବାଲୁ ଘାଟ, ବିଭିନ୍ନ ଖଣି ଅଞ୍ଚଳ ରୁ ସ୍ଥାନୀୟ ରାଜସ୍ୱ ନିରକ୍ଷକ ଙ୍କ ଦ୍ଵାରା ବିଭିନ୍ନ ଆଳ ଦେଖାଇ ଟଙ୍କା ଆଦାୟ କରାଯିବା କୁ ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି ଜିଲ୍ଲା ପ୍ରଶାସନ ସବୁ କିଛି ଜାଣି ସୁଦ୍ଧା ଧୃତରାଷ୍ଟ ସାଜି ଛନ୍ତି l ଏହି ତହସିଲ ଅଞ୍ଚଳ ରେ କାର୍ଯ୍ୟ କରୁଥିବା ପିଅନ ଵି କୋଟି ପତି, ରାଜସ୍ୱ ନିରକ୍ଷକ ମାନଙ୍କ କଥା ନକହିବା ଭଲ, ଭାଗ୍ୟରେ ଥିଲେ ରାଉରକେଲା, କୁଆଁରମୁଣ୍ଡା ଓ ବୀରମିତ୍ରପୁର ତହସିଲ ଅଞ୍ଚଳ ରେ ପିଅନ ଚାକିରୀ ଟିଏ ଵି କଲେ ଭାଗ୍ୟ ଉଦୟ ହୋଇଯିବ ଯାହା ଶୁଣିବାକୁ ମିଳୁଛି l ସୂଚନା ଥାଉକି ଏଠାକାର ପୋଲିସ ଵି କିଛି କମ ନୁହେଁ ନିଜର ଦାୟିତ୍ୱ ଓ କର୍ତଵ୍ୟ ରୁ ବାହାରି ତହସିଲ ଅଂଚଳରେ ଥିବା ବାଲି ଘାଟ ଓ ଖଣି ଅଞ୍ଚଳ ପ୍ରତି ଗଭୀର ଦୃଷ୍ଟି କାରଣ ବାଲି ଘାଟ ଓ ବାଲି ମାଫିଆ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ପାଉଣା ମିଳି ଥାଏ l ତହସିଲଦାର ମଧ୍ୟ ସବୁ ଜାଣି ନିରବ କାରଣ ଯେଉଁ ଚୋରା ବାଲି ମାଫିଆ ମାନଙ୍କୁ ତହସିଲଦାର ଜାଣି ପାରନ୍ତି ନାହିଁ ସେହି କାର୍ଯ୍ୟ ପୋଲିସ କରି ମାଫିଆ ମାନଙ୍କ ଠାରୁ ଅତି ସହଜ ରେ ବଟି ଆଦାୟ କରି ରାଧେ ରାଧେ ନ୍ୟାୟ ରେ ଦୁର୍ନୀତି ଚାଲୁ ଥିବା ଏକା ଧିକ ନଜିର ରହିଛି l ମୁଖ୍ୟତଃ ରାଉରକେଲା, କୁଆଁରମୁଣ୍ଡା, ଓ ବୀରମିତ୍ରପୁର ତହସିଲ ଅଞ୍ଚଳ ରେ ଏହା ବହୁ ମାତ୍ରା ରେ ଦେଖିବାକୁ ମିଳେ l ଏଠାକାର ପୋଲିସ ଓ ରାଜସ୍ବ ବିଭାଗ ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ଵ କହିଲେ ଅତ୍ୟୁକ୍ତି ହେବନାହିଁ l ତେଣୁ ରାଜ୍ୟ ସରକାର ଓ ରାଜ୍ୟ ଦୁର୍ନୀତି ବିଭାଗ ସ୍ୱତନ୍ତ୍ର ଧ୍ୟାନ ଦେଲେ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ରୁ ମୁକ୍ତି ମିଳିବା ସହିତ ଭିଜିଲାନ୍ସ ବିଭାଗ ଜାଲରେ ବହୁତ ବଡ ବଡ଼ ମାଛ ପଡ଼ି ପାରନ୍ତେ ବୋଲି ବୁଦ୍ଧି ଜୀବି ଓ ସାଧାରଣ ରେ ଅଭିଯୋଗ ହେଉଛି… I

nis-ad
Leave A Reply

Your email address will not be published.