ନାବାର୍ଡ ଓ ସେବକର ମିଳିତ ଆନୁକୁଲ୍ୟରେ ଗ୍ରାମୀଣ ବଜାରର ଶୁଭ ଉଦଘାଟନ

ସୁନ୍ଦରଗଡ଼/ ରାଉରକେଲା : ସ୍ୱେଚ୍ଛାସେବୀ ସଂସ୍ଥା ସେବକ, ସୁନ୍ଦରଗଡ଼ ଓ ନାବାର୍ଡ ସହାୟତାରେ ରାଉରକେଲାର ଗଜପତି ମାର୍କେଟ ଆମବଗାନ ଦୋକାନ ନଂ.୯୪,୯୫ ଠାରେ ଏକ ରୁରାଲ ମାର୍ଟ/ ଗ୍ରାମୀଣ ବଜାରର ଶୁଭ ଉଦଘାଟନ ହୋଇ ଯାଇଛି । ଏହାକୁ ଡ଼ିଡ଼ିଏମ ନାବାର୍ଡ ସୁନ୍ଦରଗଡ଼ ଶ୍ରୀଯୁକ୍ତ ତାପସ ବେହେରା ଉଦଘାଟନ କରିଥିଲେ । ଉକ୍ତ ରୁରାଲ ମାର୍ଟ ଟି ରଜନୀ ଏସ.ଏଚ.ଜି ଦ୍ଵାରା ପରିଚାଳିତ ହେବ ଏବଂ ଏଠାରେ ମାଣ୍ଡିଆରୁ ପ୍ରସ୍ତୁତ ସମସ୍ତ ପ୍ରକାର ଖାଦ୍ଯ ସାମଗ୍ରୀ ଯଥା-ମାଣ୍ଡିଆ ପାଉଡର, ମାଣ୍ଡିଆ ବିସ୍କୁଟ, ରୋଜ କେକ, ମୁଡୁକୁ, ଛତୁଆ ତଥା ଚାଷୀ ମାନଙ୍କର ଉତ୍ପାଦିତ ଦ୍ରବ୍ୟ ଏବଂ ଏସ.ଏଚ.ଜି ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ମଧ୍ୟ ଉପଲବ୍ଧ ହେବ ।

ମାଣ୍ଡିଆର ପ୍ରଚାର ପ୍ରସାର ତଥା “ପୁଷ୍ଟିଶସ୍ୟ ଆନ୍ତର୍ଜାତିକ ବର୍ଷ- ୨୦୨୩” ନିମନ୍ତେ ଏହା ନାବାର୍ଡ ଏବଂ ସେବକ ର ଏକ ଛୋଟିଆ ପ୍ରୟାସ । ସହଯୋଗରେ ଖୁଣ୍ଟଗାଁ କୃଷକ ଉତ୍ପାଦକ ସଂସ୍ଥା ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୋମରା ଖାଲଖୋ ଙ୍କ ସହିତ ତାଙ୍କର ବୋର୍ଡ ଅଫ ଡାଇରେକ୍ଟର , ରଜନି ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା , ସ୍ବେଚ୍ଛାସେବୀ ସଂସ୍ଥା “ସେବକ” ରୁ ନେମାନି ନାଗ ଶେଖର, ଗଙ୍ଗାଧର କିସାନ, ଅଭିଷେକ ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.