ଖୋଦ କଂଗ୍ରେସ ନେତାମାନେ ରାହୁଲଙ୍କୁ ଦଳରୁ ବାହାର କରିବାକୁ ଚେଷ୍ଟା କରୁନାହାନ୍ତି ତ ? ‌- ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ : ନିଜର ସାଂସଦ ପଦ ହରାଇବାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାରଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛନ୍ତି । କିନ୍ତୁ ବିଜେପି ମଧ୍ୟ ରାହୁଲଙ୍କୁ ତାଙ୍କ ଭାଷାରେ କଡ଼ା ଜବାବ ଦେଇଛି । ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ କଥାରେ ବିରୋଧାଭାସ ରହିଛି । ବାସ୍ତବତା ହେଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ର ଫାଇଦା ଉଠାଇବାକୁ ଉଦ୍ୟମ କରାଯାଉଛି । ଯଦି ଏପରି ନୁହେଁ, ତେବେ ଖୋଦ କଂଗ୍ରେସ ନେତାମାନେ ତାଙ୍କୁ ଦଳରୁ ବାହାର କରିବାକୁ ଚେଷ୍ଟା କରୁନାହାନ୍ତି ତ ? ‌
ଏଠାରେ ପ୍ରଶ୍ନ ଉଠୁଛି ରାହୁଲ ଗାନ୍ଧି କାହିଁକି ଆଇନଗତ ଲଢ଼େଇ ଠିକ୍ ଭାବେ ଲଢ଼ିଲେ ନାହିଁ। ସେମାନଙ୍କ ପାଖରେ ଓକିଲମାନଙ୍କର ଏକ ବିଶାଳ ଟିମ୍ ଅଛନ୍ତି । ଏହା ସତ୍ତ୍ବେ ସେମାନେ କାହିଁକି କୋର୍ଟରେ ଲଢ଼େଇ ଲଢିଲେ ନାହିଁ ? ଏହି ଆଦେଶ ବିରୋଧରେ ରାହୁଲ ଗାନ୍ଧି କାହିଁକି ସୁପ୍ରିମ୍ କୋର୍ଟ ଯାଇନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଲୋକସଭାରୁ ରାହୁଲ ଅଯୋଗ୍ୟ ହେବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ବିଜେପିର ୬ ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଏହା ସହ ଅନ୍ୟ ଦଳର ନେତାଙ୍କୁ ମଧ୍ୟ ଅଯୋଗ୍ୟ ଘୋଷଣା କରାଯାଇଛି । ନଖ କାଟି ସହିଦ ହେବାକୁ ଉଦ୍ୟମ କରୁଛନ୍ତି ରାହୁଲ ଗାନ୍ଧି । ଆଗାମୀ କର୍ଣ୍ଣାଟକ ନିର୍ବାଚନରେ ରାହୁଲ ଗାନ୍ଧିଙ୍କୁ ସହିଦ କରି ନିର୍ବାଚନୀ ଫାଇଦା ଉଠାଇବାକୁ କଂଗ୍ରେସ ରଣନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।
ରାହୁଲ ଗାନ୍ଧିଙ୍କ ରାଜନୀତି ସିଧାସଳଖ, ହାରିଲେ ସବୁ କିଛି ଖରାପ, ଜିତିଲେ ସବୁ କିଛି ଭଲ। ହାରିଲେ ବିଦେଶ ଯାଇ ଦେଶର ଗଣତନ୍ତ୍ରକୁ ଦୋଷ ଦିଅନ୍ତି ।

nis-ad
Leave A Reply

Your email address will not be published.