ଓଡିଶା ରାଜ୍ୟ ବାର କାଉନ୍ସିଲ ଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ମାର୍ଚ୍ଚ ୨୫ରେ ଅନୁଷ୍ଠିତ ହେବ ଗଞ୍ଜାମ ଓକିଲ ସଂଘ ନିର୍ବାଚନ…

ବ୍ରହ୍ମପୁର : ନିର୍ବାଚନ କୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରାଯିବା ନେଇ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ଅକ୍ଷୟ ପଟ୍ଟନାୟକ। ୨୫ ତାରିଖ ସକାଳ ୮ଘଣ୍ଟ ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ ।ଅପରାହ୍ନ ୪ଟା ଠାରୁ ଭୋଟ ଗଣତି ଏବଂ ଶେଷରେ ଫଳାଫଳ ଘୋଷଣା ହେବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।ନିର୍ବାଚନ ସୁରୁଖୁରୁରେ ପରିଚାଳନା ନେଇ ୩୦ଜଣ ଅତିରିକ୍ତ ନିର୍ବାଚନ ଅଧିକାରୀ ଦାୟିତ୍ୱ ରେ ରହିବେ।ଭୋଟ ଗଣତି ସମୟରେ ପ୍ରତିଦ୍ୱନ୍ଦୀ ଙ୍କ ଏଜେଣ୍ଟ ସହିତ ପୂର୍ବତନ ବିଭିନ୍ନ ପଦ ପଦବୀରେ ରହିଥିବା ଆଇନଜୀବୀ ମାନେ ଉପସ୍ଥିତ ରହିବେ। ଚାରୋଟି ପଦବୀ ପଦବୀ ପାଇଁ ଦୁଇଟି ଲେଖାଁଏ ଭୋଟ ବାକ୍ସ ରହିବ। ଛଅ ଗୋଟି ବୁଥ ରେ ୧୫୧୬ ଜଣ ଭୋଟର ମତଦାନ କରିବେ ବୋଲି ନିର୍ବାଚନ

ଅଧିକାରୀଅକ୍ଷୟ ପଟ୍ଟନାୟକ କହିଛନ୍ତି। ମତଦାନ କରିବାକୁ ଆସିଥିବା ସମସ୍ତ ଆଇନଜୀବୀ ମାନେ ନିଜର ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ ରଖାଯାଇଛି। ମତ ଗଣତି ପରେ କେତେ ମତଦାନ ହେଲା, କେତେ ଭୋଟ ନାଚକ ହେଲା ଏବଂ କେତେ ଭୋଟର ମତଦାନ କରିଲେ ନାହିଁ, ତାହାର ସମସ୍ତ ତଥ୍ୟ ରାଜ୍ୟ ବାର କାଉନ୍ସିଲ କୁ ପଠାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।ମତଦାନ ଦିନ ଶାନ୍ତି ଶୃଙ୍ଖଳା ର ସହିତ ପରିଚାଳନା ନିମନ୍ତେ ପୋଲିସ ଫୋର୍ସ ନିୟୋଜିତ ରହିବେ ବୋଲି ସୂଚନା ଦେଇଛନ୍ତି। ଏଠାରେ ସୂଚନା ଥାଉକି ବ୍ରହ୍ମପୁର ଓକିଲ ସଂଘ ନିର୍ବାଚନ ରେ ସଭାପତି ଓ ସମ୍ପାଦକ ପାଇଁ ୬ ଜଣ ଲେଖାଏ ପ୍ରତିଦ୍ବନ୍ଦୀ ପ୍ରତିଦ୍ବନ୍ଦୀତା କରିଛନ୍ତି l

nis-ad
Leave A Reply

Your email address will not be published.