କିଆବୁଦାରୁ ମୃତଦେହ ଉଦ୍ଧାର : ହତ୍ୟା କି ଆତ୍ମହତ୍ୟା ସନ୍ଦେହ…

ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଡୁବୁଲି ଛକ ନିକଟ କୋଷ୍ଟ ଗାର୍ଡ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାଶ୍ୱର୍ ଏକ କିଆବୁଦାରୁ ଜଣେ ଯୁବକଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ମୃତକ ଜଣକ ଆର୍ଯ୍ୟପଲ୍ଲୀ ଓଡିଆରପି କଲୋନୀର ଏ. ଚନ୍ଦ୍ରେୟା (୩୫) ବୋଲି ସୂଚନା ମିଳିଛି । ଗୁରୁବାର ସକାଳୁ ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ବାସିନ୍ଦା ପୋଲିସ୍ କୁ ଖବର ଦେଇଥିଲେ । ଚମାଖଣ୍ଡି ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହିତ ତଦନ୍ତ ଜାରି ରଖିଛି । କୌଣସି ଏକ ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ବର୍ଗ ଓ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିଥିଲେ । ଏନେଇ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବା ଲାଗି ସେମାନେ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.