ବଜ୍ରକାପ୍ତା ଡିଲ୍‌ ଚାଲିଥିବା ବେଳେ ମାଡ଼ିବସିଲା STF, ଦୁଇ ଶିକାରୀ ଗିରଫ

ବୌଦ୍ଧ : STF ଦ୍ୱାରା ଦୁଇଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇ ଗିରଫ। ବୌଦ୍ଧ ବଘିଆପଡା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବୌଦ୍ଧ ଫୁଲବାଣୀ ସୀମାରେ STFର ଚଢ଼ାଉ । ବଜ୍ରକାପ୍ତା ଡିଲ୍‌ ଚାଲି ଥିବା ବେଳେ ମାଡ଼ିବସିଲା STF । ଦୁଇ ଶିକାରୀ ହେଲେ ବାଘିଆପଡ଼ା ସେସ୍କେନ୍‌ ଜମୁଖୋଲ ଗାଁର ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ବୌଦ୍ଧ ବାଇପାସ୍ ରୋଡ୍ ନିକଟରେ ବଜ୍ରକାପ୍ତା ବିକ୍ରି ଡିଲ୍ ଚାଲିଥିବା ବେଳେ ବୌଦ୍ଧ ବନ ବିଭାଗ ସହାୟତାରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଚଢାଉ ବେଳେ ୨ଟି ବଜ୍ରକାପ୍ତା ଉଦ୍ଧାର କରିବା ସହ ୨ ଶିକାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଦୁଇ ଜଣ ହେଲେ ଉଚ୍ଛବ କହଁର ଏବଂ ପ୍ରଶାନ୍ତ କୁମାର ବେହେରା । ଉଭୟ ବୌଦ୍ଧ ଜିଲ୍ଲାର ବୋଲି ଜଣାପଡିଛି । ଉଭୟଙ୍କୁ କୋର୍ଟ ଚାଲାଣ କରିଛି ଏସଟିଏଫ । ଉଦ୍ଧାର ବଜ୍ରକାପ୍ତାର ଓଜନ ୧୩ କେଜି ଓ ୧୦ କେଜି ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.