ଆଜିଠୁ ରମଜାନ୍‌ ମାସ ଆରମ୍ଭ, କାଲି ପ୍ରଥମ ରୋଜା ରଖିବେ ମୁସଲମାନ୍‌ ଭାଇ ଭଉଣୀ

ଭୁବନେଶ୍ୱର: ଆଜିଠୁ ରମଜାନ୍‌ ମାସ ଆରମ୍ଭ। ଆସନ୍ତାକାଲି ପ୍ରଥମ ରୋଜା। ପ୍ରତିବର୍ଷ ଏହି ପବିତ୍ର ମାସକୁ ଅପେକ୍ଷା କରି ରହିଥାନ୍ତି ମୁସଲମାନ୍‌ ସଂପ୍ରଦାୟର ଭାଇ, ଭଉଣୀ। ୩୦ ଦିନ ଯାକ ସମସ୍ତେ କାଷ୍ଠା ଉପବାସ ରଖିଥାନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ସେୟରୀ ତଥା ଖାଦ୍ୟ ଖାଇ ଉପବାସ ରଖନ୍ତି। ସୂର୍ଯ୍ୟାସ୍ତ ପରେ ଇଫ୍‌ତାରୀ ଖାଇ ପୁଣି ଉପବାସ ଭାଙ୍ଗିଥାନ୍ତି। ପୁରା ୩୦ ଦିନ ରୋଜା ରଖିବା ସହ ସ୍ୱତନ୍ତ୍ର ନମାଜ ପାଠ ହୋଇଥାଏ।

ଏହି ମାସ ପୁଣ୍ୟ କମାଇବାର ମାସ ବୋଲି ସମସ୍ତଙ୍କ ବିଶ୍ୱାସ ରହିଛି। ମାସ ଯାକ ମୁସଲିମ ଧର୍ମାବଲମ୍ବୀମାନେ ସ୍ୱତନ୍ତ୍ର ଖାଦ୍ୟ ପେୟ ଗ୍ରହଣ କରିଥାନ୍ତି। ତେଣୁ ଚାହିଦା ଅନୁସାରେ ବିକ୍ରି ହେଲାଣି ଲଛା, ଫାଲୁଦା ଓ ଡ୍ରାଏ ଫ୍ରୁଟ୍‌ସ। ପରସ୍ପରକୁ ଉପହାର ଦେବା ପାଇଁ ମଧ୍ୟ ବିଭିନ୍ନ ଗିଫ୍‌ଟ ଆଇଟମ ସଜା ହୋଇ ରହିଛି। ବର୍ଷା ପାଗ ପାଇଁ ଚାନ୍ଦ ଦେଖିବାକୁ ମିଳିନଥିବାରୁ ଆସନ୍ତାକାଲି ରମଜାନ୍‌ ମାସର ପ୍ରଥମ ରୋଜା ଆରମ୍ଭ ହେବ। କଟକ ଦିୱାନ ବଜାରରେ ଚାନ୍ଦ କମିଟିର ବୈଠକ ଅନୁଷ୍ଠିତ ହୋଇ କାଲି ରୋଜା ପାଳିବାକୁ ନିଷ୍ପତ୍ତି ନିଆଯାଇଛି।

nis-ad
Leave A Reply

Your email address will not be published.