ଟିପ୍ପର ଗାଡ଼ି ଧକ୍କାରେ ୬ ମଇଁଷି ମୃତ ସହ ୧ ଆହତ

ମାଲକାନଗିରି ୩୨୬ ନଂ ଜାତୀୟ ରାଜପଥ ଉପରେ ଗତକାଲି ମଧ୍ୟରାତ୍ର ସମୟରେ ଟିପ୍ପର ଗାଡ଼ି ଧକ୍କାରେ ୬ ମଇଁଷି ମୃତ ସହ ଏକ ମଇଁଷି ଗୁରୁତର ଆହତ ହୋଇଛି । ଅଭାବନୀୟ ଘଟଣା କ୍ରମେ ମାଲକାନଗିରି ଜିଲ୍ଲାର ସିନ୍ଧ୍ରିମାଳ ପଞ୍ଚାୟତ ସୋରିଷମାଳା ଗ୍ରାମ ନିକଟ ରାଜରାସ୍ତା ଉପରେ। ସୂଚନା ଅନୁଯାୟୀ ଗତକାଲି ରାତି ୧୨ ଟା ସମୟରେ ଦ୍ରୁତ ଗତିରେ ଗୋଟିଏ ଟିପ୍ପର ମୁଖ୍ୟ ରାସ୍ତା ଦେଇ ଆସୁଥିବା ସମୟରେ ରାସ୍ତା ଉପରେ ଛିଡ଼ା ହୋଇଥିବା କିଛି ମଇଁଷିଙ୍କୁ ଧକ୍କା ଦେଇଥିଲା ଯାହା ଫଳରେ ଘଟଣା ସ୍ଥଳରେ ୬ ଟି ମଇଁଷି ମୃତ ହେବା ସହ ଏକ ମଇଁଷି ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡିରହିଥିଲା। ନିକଟରେ ଥିବା ଗ୍ରାମବାସୀ ଖବର ପାଇଁ ଘଟଣା ସ୍ଥଳରେ ପହଁଚି ଘଟଣା ବିଷୟରେ ଜାଣିବା ସହ ଗାଡ଼ି ଚାଳକ କୁ ଖୋଜିଥିଲେ କିନ୍ତୁ ଘଟଣା ଘଟିବା ପରେ ଗାଡି ନଂ UP52 T8079 ଗାଡିଟିକୁ ରାସ୍ତା ଉପରେ ଛାଡ଼ି ସେଠାରୁ ଫେରାର ହୋଇଯାଇଥିଲେ । ପରେ ମାଲକାନଗିରି ପୋଲିସ ପହଁଚି ଘଟଣା ବିଷୟରେ ତଦନ୍ତଜାରୀ ରଖିଛି ।

nis-ad
Leave A Reply

Your email address will not be published.