ବିଜେପିର ପ୍ରଶ୍ନ ୫-ଟି କେମିତି ସିଏମଓ ହେଲେ, ବିଜେଡି ଉଠାଇଲା କେନ୍ଦ୍ରର ୫ କେଜି ଚାଉଳ କାଟିବା ପ୍ରସଙ୍ଗ…

ଭୁବନେଶ୍ବର: ଆଜି ବିଧାନସଭାର ଶୂନ୍ୟକାଳରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ, ୫-ଟି କେମିତି ସିଏମଓ ହେଲେ। ସେ ମୁଖ୍ୟମନ୍ତ୍ରୀଙ୍କ ସଚିବ ହୋଇପାରନ୍ତି କିନ୍ତୁ ସିଏମଓ କେମିତି ହେବେ। ଜଣେ ବିଧାୟକ ନିଜକୁ ତାଙ୍କର କ୍ରୀତଦାସ ବୋଲି କହିଲେ।

ସେପଟେ ଶାସକ ଦଳର ସଦସ୍ୟମାନେ କେନ୍ଦ୍ରର ୫ କେଜି ଚାଉଳ କାଟିବା ପ୍ରସଙ୍ଗ ଉଠାଇ ହାତରେ ବ୍ୟାନର ପୋଷ୍ଟର ଦେଖାଇ ନିଜ ନିଜ ନିଜ ସ୍ଥାନରେ ପ୍ରତିବାଦ କରିଥିଲେ। ଏନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ, ବିଧାନସଭା ଶୂନ୍ୟକାଳରେ ଗତ ୫ ଦିନ ଧରି ୫ କେଜି ଚାଉଳ ପ୍ରସଙ୍ଗ ଉଠାଇବାକୁ ସୁଯୋଗ ମିଳୁନାହିଁ। ଲୋକଙ୍କର ବିଭିନ୍ନ ସମସ୍ୟାକୁ ବିଧାନସଭାରେ କହିବାକୁ ସୁଯୋଗ ଦେଉନାହାନ୍ତି ବିରୋଧୀ। କେନ୍ଦ୍ର ସରକାର ୫ କେଜି ଚାଉଳ କାଟି ଦେଲେ। ୭୧ ହଜାର କୋଟି ବଜେଟରୁ କଟିଲା। ଏବେ ପୁଣି କେନ୍ଦ୍ର ସରକାର ୧୭ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା ପାଇଁ ପ୍ରସ୍ତୁତ ନାହାନ୍ତି। ପୂର୍ବରୁ ୧୩ ଲକ୍ଷ ମେଟ୍ରିକ ଟନ ବଳକା ରହୁଥିଲା। ଉଷୁନା ଚାଉଳ ନେଉନାହାନ୍ତି। ଚାଷୀ କେତେ ଅସୁବିଧାରେ ପଡ଼ିବେ। ବିରୋଧୀମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି। ବିଜେଡି ଦାବି କରୁଛି ବଳକା ଚାଉଳ ଉଠାଇବା ସହ କାଟି ଥିବା ୫ କେଜି ଚାଉଳ ଦିଅନ୍ତୁ କେନ୍ଦ୍ର ସରକାର।

ଏହାପରେ ଗୃହରେ ହଟ୍ଟଗୋଳ ହେବା ଯୋଗୁ ବାଚସ୍ପତି ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

nis-ad
Leave A Reply

Your email address will not be published.