ଭୀମସାରରେ ଭର୍ତ୍ତି ହେଲେ ଚଳିତ ବର୍ଷର ପ୍ରଥମ କୋଭିଡ ରୋଗୀ

ସମ୍ବଲପୁର : ଭୀମସାରରେ ଚଳିତ ବର୍ଷର ପ୍ରଥମ କୋଭିଡ ରୋଗୀ ଭର୍ତ୍ତି ହେଇଛନ୍ତି l ରୋଗୀ ଜଣକ ହେଉଛନ୍ତି ବଲାଙ୍ଗୀର ଜ଼ିଲ୍ଲାର ଜଣେ ବୟସ୍କ ବ୍ୟକ୍ତି l ପ୍ରଥମେ ବଲାଙ୍ଗୀର ମେଡ଼ିକାଲରେ ତାଙ୍କର ଟେଷ୍ଟ ରେ କୋଭିଡ ରେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା l ତେବେ ତାଙ୍କୁ ଡାକ୍ତର ତୁରନ୍ତ ଭୀମସାରକୁ ଅଧିକ ଚିକିତ୍ସା ପାଇଁ ପଠାଇଥିଲେ l

ଭୀମସାରରେ ରୋଗୀ ଜଣକ ଟିକେ ଅଧିକ ଗୁରୁତର ଥିବା ଜଣାପଡିଛି l କୋଭିଡ ପାଇଁ ତାଙ୍କୁ ଭୀମସାର କୋଭିଡ ହସ୍ପିଟାଲର ତଳ ମହଲାରେ ରଖା ଯାଇଛି l ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତର ଟିମ ଗଠନ କରାଯାଇଛି l ସେପଟେ ଉକ୍ତ ମେଡିକାଲକୁ ଆଉ କାହାରିକୁ ଛଡା ଯାଉନାହିଁ l

ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଛି l ସେପଟେ ଭିସୁଟର ଜଣେ ଛାତ୍ରୀ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି l ତେବେ ତାଙ୍କ ସ୍ୱାସ୍ଥବସ୍ଥା ଭଲ ରହିଛି l ତାଙ୍କୁ ଏକ ସ୍ୱତନ୍ତ୍ର କୋଠରୀରେ ରଖା ଯାଇଛି ବୋଲି ମେଡିକାଲ ଅଧିକ୍ଷକ ଡ଼ ଲାଲ ମୋହନ ନାଏକ ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.