ନନ୍ଦନକାନନରେ ଜନ୍ମ କଲା ଜଳ ହସ୍ତୀ, ସଂଖ୍ୟା ୧୨କୁ ବୃଦ୍ଧି…

ବାରଙ୍ଗ: ଶନିବାର ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୨ ନମ୍ବର ଖୁଆଡ଼ରେ ଥିବା ଜଳହସ୍ତୀ ଏକ ଶାବକ ଜନ୍ମ ଦେଇଛି । ଏହି ଶାବକ ଜନ୍ମ ପରେ ନନ୍ଦନକାନନରେ ଜଳ ହସ୍ତୀ ସଂଖ୍ୟା ବୃଦ୍ଧି ପାଇ ୧୨ରେ ପହଞ୍ôଚଛି । ସେଥି ମଧ୍ୟରେ ୬ଟି ମାଈ ଓ ୫ଟି ଅଣ୍ଡିରା ଥିବାବେଳେ ଜନ୍ମିତ ଶାବକର ଲଙ୍ଗ ନିରୂପଣ କରାଯାଇନାହିଁ । ଏହି ଶାବକଟି ଜନ୍ମ ହେବା ପରେ ଖୁଆଡ଼ରେ ଥିବା ଅନ୍ୟ ଜଳହସ୍ତୀ ଜନ୍ମିତ ଶାବକଟିକୁ ଆକ୍ରମଣ କରିଥିଲେ । ଯାହା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ଖବର ପାଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ, ଏସିଏଫ୍ ଡକ୍ଟର ରଶ୍ମିରଞ୍ଜନ ସ୍ୱାଇଁ, ଏସଭିଓ ଶରତ କୁମାର ମିଶ୍ର, ଭିଏସ୍ ଶରତ ଚନ୍ଦ୍ର ସାହୁ ଓ ଡକ୍ଟର ସନ୍ତୋଷ ଗୁପ୍ତା ପହଞ୍ôଚଥିଲେ ।

ତାଙ୍କ ଉପସ୍ଥିତରେ ଜନ୍ତୁ ରକ୍ଷକମାନେ କୌଶଳକ୍ରମେ ମା’ ଓ ଛୁଆ ଜଳହସ୍ତୀଟିକୁ ଅଲଗା କରିଥିଲେ । ପ୍ରାଣୀ ଉଦ୍ୟାନର ଡାକ୍ତର ଓ ଅଧିକାରୀମାନେ ମା’ ଓ ଶାବକର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମା’ ଓ ଶାବକ ଉଭୟେ ସୁସ୍ଥ ଥିବା କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଥିଲେ ମଧ୍ୟ ତାର ଛୁଆକୁ ମା’ ଗ୍ରହଣ କରୁନାହିଁ । ଫଳରେ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରି ୨୪ ଘଣ୍ଟିଆ ନଜର ରଖିବା ପାଇଁ ଜନ୍ତୁ ରକ୍ଷକଙ୍କୁ ନିର୍ଦ୍ଦେଶକ ଦେଇଛନ୍ତି । ଯଦି ଛୁଆଟିର ସ୍ୱାସ୍ଥ୍ୟ ଭଲ ନ ରହିଲେ ତାକୁ ବନ୍ୟ ପ୍ରାଣୀ ଚିକିତ୍ସାଳୟ କ୍ୱାରେଣ୍ଟାଇନରେ ରଖାଯାଇ ଜରୁରୀକାଳିନ ଭିତ୍ତିରେ ଚିକିତ୍ସା କରାଯିବ ବୋଲି ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି । ସୂଚନା ଯୋଗ୍ୟ ୧୯୯୨ ମସିହାରେ ପ୍ରଥମ କରି ଏକ ଯୋଡ଼ା ଜଳହସ୍ତୀ ନନ୍ଦନକାନନ ଅଣାଯାଇଥିଲା ।

ପୁଷ୍କରଣୀରେ ଏହି ଦୁହିଁକୁ ପର୍ଯ୍ୟଟକ ଦେଖିବା ନିମନ୍ତେ ଛଡ଼ାଯାଇଥିଲା । ଏଠାକାର ଜଳବାୟୁ ଏମାନଙ୍କ ବଂଶ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥିଲା । ଯାହାଫଳରେ ୨୦୧୦ସୁଦ୍ଧା ଏମାନଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଥିଲା । ୨୦୧୪ ପାଟନା ଚିଡିଆଖାନା ଓ ୨୦୧୮ରେ ରାୟପୁର ଚିଡିଆଖାନାକୁ ପୃଥକ ପୃଥକ ଭାବେ ୬ଟି ଜଳହସ୍ତୀ ଦିଆଯାଇଥିଲା । କାଞ୍ଜିଆ ହ୍ରଦ କଡରେ ଥିବା ବୃହତ ଖୁଆଡରେ ପ୍ରତିଦିନ ଜଳହସ୍ତୀଙ୍କ ଜଳକ୍ରୀଡ଼ା ପର୍ଯ୍ୟଟକଙ୍କ ମନମୋହିଥାଏ ।

ଏମାନେ ଆଫ୍ରିକା ମହାଦେଶ ନଦୀରେ ଦଳ ବଦ୍ଧ ଭାବରେ ବାସ କରନ୍ତି । ତାର ସନ୍ନିକଟ ତୃଣଭୂମିରେ ଚରନ୍ତି । ଚିଡ଼ିଆଖାନାରେ ସେମାନଙ୍କୁ ଘାସ, ଚୋକଡ଼, ବନ୍ଧାକବି, କଦଳୀ, ଗାଜର ଏବଂ ଡାଳ ପତ୍ର ଦିଆଯାଏ । ମାଈ ଜଳହସ୍ତୀ ୫ରୁ ୬ବର୍ଷ ପରେ ଗର୍ଭଧାରଣ ପାଇଁ ଉପଯୁକ୍ତ ହୋଇଥାଏ । ପ୍ରାୟ ୮ମାସର ଗର୍ଭଧାରଣ ପରେ ପାଣି ଭିତରେ ଗୋଟେ ଛୁଆ ଜନ୍ମ କରେ । ଏମାନେ ତୃଣଭୋଜି ଜାତୀୟ ।

nis-ad
Leave A Reply

Your email address will not be published.