ଖୁଣ୍ଟଗାଁ ସରସ୍ଵତୀ ନାଳା ପୋଲ ତୁରନ୍ତ କରିବା ଲାଗି ପ୍ରଶାସନକୁ ଦାବିପତ୍ର…

ସୁନ୍ଦରଗଡ଼ : ଗତ କାଲି ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ସାନପତ୍ରାପାଲି ଗ୍ରାମପଞ୍ଚାୟତର ଖୁଣ୍ଟଗାଁ ସରସ୍ଵତୀ ନାଳା ସମ୍ପର୍କରେ ଦୀର୍ଘ ଛଅ ବର୍ଷ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳର ଜନସାଧାରଣଙ୍କ ତରଫରୁ ଗ୍ରାମପଞ୍ଚାୟତ ସରପଞ୍ଚ ବିଭୂତି ଭୂଷଣ ଓରାମ, ସମିତି ମେମ୍ବର ବାର୍ଗି ଓରାମ, ସ୍ଥାନୀୟ ବିଜେପି ନେତା ପରୀକ୍ଷିତ ସାହୁ, ବରିଷ୍ଠ ନେତା ଧ୍ରୁବ କାଲୋଙ୍କ ନେତୃତ୍ୱରେ ସରସ୍ଵତୀ ନାଳା ଠାରେ ପୂର୍ବନିର୍ଦ୍ଧାରିତ କାର୍ଯକ୍ରମ ଅନୁସାରେ ଚକାଜାମ ଆନ୍ଦୋଳନ କରାଯାଇଥିଲା ! ଏଥିରେ ଅଞ୍ଚଳର ଶହ ଶହ ଅସୁବିଧା ଭୋଗୁଥିବା ଜନସାଧାରଣ ଯୋଗଦେଇଥିଲେ ! ପୋଲିସ ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି ତଥା ପ୍ରଶାସନିକ ଅଧିକାରୀ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ !

ଟାଙ୍ଗରପାଲି ତହସିଲଦାର ସୁର୍ମି ସୋରେନ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ସମାଧାନର ପନ୍ଥା ଗ୍ରହଣ କରିଥିଲେ ! ସମସ୍ତ ଜମି ଅଧିଗ୍ରହଣ ସହିତ ଦୁଇ ମାସ ଭିତରେ କ୍ଷତିପୂରଣ ଅର୍ଥ ମିଳିବାର ଲିଖିତ ସହମତି ଦେବାପରେ ପୂର୍ତ୍ତ ବିଭାଗ ତରଫରୁ ବ୍ରିଜ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାର ପ୍ରଶାସନିକ ଆଶ୍ଵାସନା ମିଳିବା ପରେ ଶାନ୍ତିପୂର୍ଣ୍ଣ ଭାବେ ଚକାଜାମ କାର୍ଯ୍ୟକ୍ରମକୁ ସ୍ତଗିତ ରଖାଗଲା ! ଏହି ଆନ୍ଦୋଳନରେ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଚନ୍ଦ୍ରଭାନୁ ଯୁରା, ବିକାଶ ପାଣ୍ଡେ, ନରେଶ ପୁରୋହିତ, କିଶୋର ଲାଲ୍, ତିରୁପତି ପ୍ରଧାନ, ମୌସମ ପଟେଲ, ଅଲେଖ ପ୍ରଧାନ, ଦୁଲାମଣି ସା, ଟଙ୍କଧର ସା, ପ୍ରକାଶ କଉଡ଼ି, ଭାରତ ଓରାମ ଯୋଗଦେଇ ଥିଲେ !

nis-ad
Leave A Reply

Your email address will not be published.