ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଆୟୁର୍ବେଦିକ ଚିକିତ୍ସା ଶିବିର ଅନୁଷ୍ଠିତ…

ଫୁଲବାଣୀ – କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଗୁରୁବାର ସ୍ଥାନୀୟ ଡ୍ରିମଲାଣ୍ଡ ହୋଟେଲ ଠାରେ ଆୟୁର୍ବେଦିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିର ରେ ଅବସରପ୍ରାପ୍ତ ପ୍ରଫେସର ଜଗଦୀଶ ଚନ୍ଦ୍ର ବେଜ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଭୋଗୁଥିବା ପୀଡିତ ମାନଙ୍କ ସ୍ବାସ୍ଥ୍ୟ ପରିକ୍ଷା କରିବା ସହ ପରାମର୍ଶ ଦେଇଥିଲେ । ଏଥିସହ ମାଗଣା ରେ ଔଷଧ ପ୍ରଦାନ କରିଥିଲେ । ଏହି ଶିବିର ରେ ସଙ୍ଘ ସଭାପତି କମଳାକାନ୍ତ ପାଣ୍ଡେ, ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଳ,ଡା. ଅରୂପ ଜେନା, ଅମୀୟ ଦାସ, ନବୀନ କିଶୋର ପଣ୍ଡା, ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଯୋଗଦେଇ ଥିଲେ l ଆଗକୁ ସଂଘ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବାସ୍ଥ୍ୟ ଚିକିତ୍ସା ଶିବିର, ମାନ ଆୟୋଜନ କରାଯାଇ ସ୍ବାସ୍ଥ୍ୟର ଯତ୍ନ ନିଆଯିବା ସହ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବ ବୋଲି ସଭାପତି କମଳା କାନ୍ତ ପାଣ୍ଡେ କହିଛନ୍ତି ।

nis-ad
Leave A Reply

Your email address will not be published.