କେସିଆରଙ୍କ ଝିଅଙ୍କୁ ଆଉ ଏକ ନୋଟିସ୍‌ ଜାରିକଲା ଇଡି…

ନୂଆଦିଲ୍ଲୀ/ ହାଇଦ୍ରାବାଦ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ଅବକାରୀ ନୀତି ମନି ଲଣ୍ଡରିଂ ମାମଲାରେ ବିଆର୍‌ଏସ୍‌ ନେତ୍ରୀ କେ କବିତାଙ୍କୁ ମାର୍ଚ୍ଚ ୨୦ ତାରିଖ ପାଇଁ ପୁଣି ଥରେ ଆଉ ଏକ ନୂଆ ସମନ ଜାରି କରିଛି। କାରଣ ସେ ସୁପ୍ରିମ୍‌ କୋର୍ଟରେ ତାଙ୍କ ବିଚାରାଧୀନ ଆବେଦନକୁ ଦର୍ଶାଇ ଇଡ଼ିର ଗୁରୁବାରର ନୋଟସକୁ ଏଡ଼ାଇ ଦେଇଥିଲେ।
ଜାତୀୟ ତଦନ୍ତକାରୀ ସଂସ୍ଥା ଇଡି ସୂତ୍ରରୁ ପ୍ରକାଶ ଯେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଚାଲିଥିବା ତଦନ୍ତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ତେଲେଙ୍ଗାନା ଏମଏଲସି କେ କବିତାଙ୍କ ୬ ପୃଷ୍ଠାର ‘ରିପ୍ରେଜେଣ୍ଟଟେସନ’କୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏବଂ ତାଙ୍କୁ ମାର୍ଚ୍ଚ ୨୦ ତାରିଖରେ ଇଡିରେ ହାଜର ହେବାକୁ କୁହାଯାଇଛି।
କବିତା ଗୁରୁବାର ତାଙ୍କର ଅଧିକୃତ ପ୍ରତିନିଧି (ଜଣେ ବିଆର୍‌ଏସ୍‌ ପାର୍ଟି କର୍ମକର୍ତ୍ତା)ଙ୍କୁ ପଠାଇଥିଲେ, ଯିଏ କି ମାମଲାର ତଦନ୍ତକାରୀ ଅଧିକାରୀଙ୍କୁ ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ, ବ୍ୟକ୍ତିଗତ ଏବଂ ବ୍ୟବସାୟିକ ବିବରଣୀ ସହିତ ତାଙ୍କ ବ୍ୟକ୍ତିଗତ ବୟାନ ‘ରିପ୍ରେଜେଣ୍ଟଟେସନ’ ଆକାରରେ ହସ୍ତାନ୍ତର କରିଥିଲେ।
ଏହି ମାମଲାରେ ଇଡିର ସମନକୁ ଚ୍ୟାଲେଞ୍ଜ କରି ଗିରଫଦାରୀରୁ ସୁରକ୍ଷା ପାଇଁ କବିତା କରିଥିବା ଆବେଦନ ଉପରେ ମାର୍ଚ୍ଚ ୨୪ରେ ଶୁଣାଣି କରିବାକୁ ସୁପ୍ରିମ୍‌ କୋର୍ଟ ବୁଧବାର ରାଜି ହୋଇଛନ୍ତି।
ମାର୍ଚ୍ଚ ୧୧ରେ ଏହି ମାମଲାରେ ୪୪ ବର୍ଷୀୟା ରାଜନେତାଙ୍କୁ ଇଡି ପକ୍ଷରୁ ପ୍ରଥମେ ପଚରାଉଚରା କରାଯିବା ପରେ ତାଙ୍କୁ ମାର୍ଚ୍ଚ ୧୬ରେ ପୁଣି ଥରେ ସାକ୍ଷ୍ୟ ପ୍ରଦାନ କରିବାକୁ କୁହାଯାଇଥିଲା। ତେବେ, ଇଡିକୁ ପଠାଯାଇଥିବା ଚିଠିରେ କବିତା କହିଥିଲେ ଯେ ସମନରେ ସ୍ପଷ୍ଟ ଭାବେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ନାହିଁ, ତେଣୁ ସେ ତାଙ୍କୁ ‘ଅଧିକୃତ ପ୍ରତିନିଧି’ଙ୍କୁ ପଠାଉଛନ୍ତି।
ସେ ଲେଖିଥିଲେ, ’ମୁଁ ବିନମ୍ର ଭାବରେ ଅନୁରୋଧ କରୁଛି ଯେ ସୁପ୍ରିମ୍‌ କୋର୍ଟରେ ଚାଲିଥିବା ମାମଲାକୁ ଦୃଷ୍ଟିରେ ରଖି ସମନ୍‌ ସଂକ୍ରାନ୍ତରେ ପରବର୍ତ୍ତୀ କୌଣସି ପ୍ରକାରର ପ୍ରକ୍ରିୟା ହେବା ପୂର୍ବରୁ ଏହାର ଫଳାଫଳକୁ ଅପେକ୍ଷା କରିବା ଉଚିତ ହେବ’।

nis-ad
Leave A Reply

Your email address will not be published.