ଜିଲ୍ଲା ଶିକ୍ଷାଧିକାରୀଙ୍କ ଛତ୍ର ଛାୟାତଳେ ବଲସ୍କୁମ୍ପା ହାଇସ୍କୁଲର ଦୁର୍ନୀତି…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବଲସ୍କୁମ୍ପା (5 T ) ଅଧୀନରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେରଙ୍କ ଦୁର୍ନୀତିକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ବଖାଣି ଥିଲେ ସ୍କୁଲ କମିଟି l ହେଲେ ଶିକ୍ଷାଧିକାରୀଙ୍କର ଛତ୍ର ଛାୟାତଳେ ଏହି ଦୁର୍ନୀତି କାରି ପ୍ରଧାନ ଶିକ୍ଷକ ବୋଲି ଜିଲ୍ଲା ଶିକ୍ଷାଧିକାରୀଙ୍କ କଥା ବାର୍ତ୍ତାରୁ ଜଣା ପଡ଼ିଛି l ରାଜ୍ୟ ସରକାର ସମସ୍ତଙ୍କୁ ସ୍ୱାକ୍ଷର କରିବା ପାଇଁ ଶିକ୍ଷାର ଆଲୋକ ଦେଖେଇବା ପାଇଁ ସରକାରୀ ଶିକ୍ଷକ ନିଯୁକ୍ତି ଦେଉ ଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ, କଲେଜ, ଅଙ୍ଗନୱାଡ଼ି ନିର୍ମାଣ କରୁଛନ୍ତି । ହେଲେ ସ୍କୁଲରେ ଶିକ୍ଷା ବଦଳରେ ପ୍ରଧାନ ଶିକ୍ଷକ କରୁଛନ୍ତି ରାସନିଳା । ସ୍କୁଲରେ ଚାଲିଛି ଦିନ ଦୁଇପହରେ ଦୁର୍ନୀତି । ଦୁର୍ନୀତିର ଗନ୍ଧରେ ନାକ ଟେକୁଛନ୍ତି ଅଞ୍ଚଳ ବାସି । ଧୂଆଁ ଧୂଆଁ ହୋଇ କୁହୁଳି ଜଳୁଛି ଦୁର୍ନୀତି ଗନ୍ଥାଘର ବଲସ୍କୁମ୍ପା ସରକାରୀ ଉଚ୍ଚ ବିଦ୍ୟାଳୟ l ଯାହା ସହିବା କଷ୍ଟ ସାଧ୍ୟ ହେବା ପରେ ପ୍ରଧାନ ଶିକ୍ଷକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲା ପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଫେରାଦ ହେଲେ ସ୍କୁଲ ଏସ ଏମ ସି କମିଟି । ଗୋଟି ଗୋଟି କରି ସଭାପତି ବଖାଣିଲେ ପ୍ରଧାନ ଶିକ୍ଷକ ଙ୍କ ର ଦୁର୍ନୀତି । ଏହି ଭଳି ଘଟଣା ଘଟିଛି ଜିଲ୍ଲା ପାଳ କାର୍ଯ୍ୟାଳୟର ଅଳ୍ପ ଦୂରରେ ଥିବା ପ୍ରସିଦ୍ଧ ଦେବୀ ପୀଠ ବଲସ୍କୁମ୍ପା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ । ଅଭିଯୋଗ ଅନୁଯାୟୀ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେର କୁଆଡେ଼ ସ୍କୁଲ କୁ ଠିକ୍ ସମୟରେ ଆସୁ ନାହାନ୍ତି । କାରଣ ପଚାରିଲେ ଭୁଆଁ ବୁଲା ନାଟକ କରୁଛନ୍ତି । ସ୍କୁଲର ମଧ୍ୟାହ୍ନ ଭୋଜନ ଟଙ୍କାକୁ ହରିଲୁଟ କରୁଛନ୍ତି, ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକ ଙ୍କୁ ଦାୟୀତ୍ୱ ଦେଉ ନାହାନ୍ତି l ଏପରିକି ଉପଯୁକ୍ତ ଖର୍ଚ୍ଚ ହୋଇଥିବା ଟଙ୍କା ଖେଳ କୁଦ ,ସ୍କୁଲ ସାମଗ୍ରୀ କିଣିବା ପାଇଁ ସରକାର ଯୋଗାଉଥିବା ଟଙ୍କାକୁ ମନ ଇଚ୍ଛା ଉଠେଇ ମନ ଇଚ୍ଛା ଖର୍ଚ୍ଚ କରୁଥିବା କମିଟି ସାମ୍ବାଦିକ କୁନା ଦିଗାଲ ଙ୍କୁ ଲିଖିତ ଓ ମୌଖିକ ଅଭିଯୋଗ କରିଥିଲେ l ସେଇ ଅଭିଯୋଗ ଅନୁଯାୟୀ ସାମ୍ବାଦିକ କୁନା ଦିଗାଲ ଏହାର ସତ୍ୟା ସତ୍ୟ ଜାଣିବା ନିମନ୍ତେ ପ୍ରଧାନ ଶିକ୍ଷକଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ପଚାରି ବୁଝିବାରୁ ସ୍କୁଲ କମିଟି ଯାହାବି ମୋ ନାମରେ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ମୁଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସନ୍ଧ୍ୟାବେଳେ ଯାଇକି ଭେଟିବି ବଲି ପ୍ରତିକ୍ରିୟା ଦେଇଥିଲେ l ଏଠି ପ୍ରଶ୍ନ ଉଠୁଛି କି ଶିକ୍ଷକ ଯଦି ଠିକ୍ କାମ କରୁଛନ୍ତି ତାହେଲେ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ସନ୍ଧ୍ୟା ବେଳେ ଅଧିକାରୀ ଙ୍କୁ ଭେଟିବା କଥା କହିଲେ କାହିଁକି ? ଏମିତି କି ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଡ୍ରାଇଭର ମୋତେ ଫୋନ୍ କରିକି କହଉଥିଲା ବଲସ୍କୁମ୍ପା ଗ୍ରାମରୁ ସ୍କୁଲ କମିଟିର ସମସ୍ତ ସଦସ୍ୟ ଆପଣଙ୍କ ନାମରେ ଅଭିଯୋଗ କରିବା ପାଇଁ ଆସିଥିଲେ ବଲି l ଏଠି ଆଉ ଏକ ପ୍ରଶ୍ନ ଶୃଷ୍ଟି ହେଉଛି କି ଜିଲ୍ଲା ଶିକ୍ଷାଧିକାରୀ ତାଙ୍କ ଡ୍ରାଇଭର ଙ୍କ ଜରିଆରେ ଦୁର୍ନୀତି କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଠାରୁ ମୋଟା ଅଙ୍କରେ ବା ଲକ୍ଷାଧିକ ଅର୍ଥ ନେଇଁ କିଛି ନ ଜାଣିବା ଅଭିନୟ କରୁଥିବା ସନ୍ଧେହ କରାଯାଉଛି l ଉଦାହରଣ ଜଣେ ପ୍ରଧାନ ଶିକ୍ଷକ ସ୍କୁଲ ଷ୍ଟୋର୍ ରୁମ୍ ରେ କେକ୍ କାଟି ସ୍କୁଲ ଭିତରେ ସମସ୍ତ ଷ୍ଟାପ୍ ଙ୍କ ସମ୍ମୁଖରେ ବିବାହ କରିଥିଲେ l ଯାହା ଅନେକ ଖବର କାଗଜରେ ବାହାରିବା ସହିତ ଜିଲ୍ଲା ରେ ଚାଞ୍ଚଲ୍ୟ ଶୃଷ୍ଟି କରିଛି l କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀ ସେଭଳି ଦୁର୍ନୀତି କରି ଶିକ୍ଷକ ଙ୍କ ପ୍ରତି କୌଣସି ପଦକ୍ଷେପ ନେଇନାହାନ୍ତି l ଜାହାରୀ ଫଳରେ ସେଇ ସ୍କୁଲ ରେ ପଢ଼ୁ ଥିବା ଛତ୍ର ଛାତ୍ରୀ ମାନେ ଶିଖିବେ କଣ ? l ସ୍କୁଲ ରେ ବିବାହ କରିଥିବା ପ୍ରଧାନ ଶିକ୍ଷକ S T, S C ଏବଂ ଅନ୍ୟାନ୍ୟ ବର୍ଗର ନିରୀହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏହା ପୋକ୍ ସୋ କେସ୍ କୁ ଆମନ୍ତ୍ରଣ କରଉ ଛନ୍ତି ଏବଂ ମୁତ ଏମିତି କରୁଚି ମୋ ଭଳି ତମେ ମଧ୍ୟ କର ଶିକ୍ଷା ଦେଉଛନ୍ତି ବଲି ( N H R C ) ନେସନାଲ ହି୍ୟୁମାନ ରାଇଟ୍ସ କାଉଁସିଲର R, R, T ଏବଂ ମାନବାଧିକାର ମିଶନ ଓ ନିଖିଳ ଉତ୍କଳ ମହାସଂଘର ଷ୍ଟେଟ୍ ସମ୍ପାଦକ କୁନା ଦିଗାଲ କନ୍ଧମାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କହିବା ସହିତ ଏଭଳି ଦୁର୍ନୀତି କାରି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଚାକିରିରୁ ବହିଷ୍କାର କରାଗଲେ ସେମାନେ ଉଚିତ୍ ଶିକ୍ଷା ପାଇବା ସହିତ ଅନ୍ୟ କୌଣସି ଏଭଳି ଶିକ୍ଷକ ଶିକ୍ଷୟିତ୍ରୀ ତାହା ଦେଖି ସାଵାର୍ଡ଼ ହେବେ ଏବଂ ଛାତ୍ର ଛାତ୍ରୀ ମାନେ ସୁରକ୍ଷିତ ରହି ଶିକ୍ଷାଲାଭ କରିବେ ବଲି କହିଛନ୍ତି ଶ୍ରୀ ଦିଗାଲ l ବଲସ୍କୁମ୍ପା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଣକ ସ୍କୁଲ କମିଟି ହିସାବ ମାଗିଲେ ସ୍କୁଲ କମିଟି କୁ କୁଆଡେ଼ ନାଲି ଆଖି ଦେଖାନ୍ତି । ସ୍କୁଲ ଛାତ୍ରୀମାନଙ୍କୁ ଅସଦାଚରଣ ଓ ଦୁର୍ବ୍ୟବହାର କରିବା ସହିତ ଅଶ୍ଳୀଳ କଥା ବାର୍ତ୍ତା କରୁଥିବା ଏବଂ ସ୍କୁଲରେ ଚାନ୍ଦା ଆଦାୟ କରୁଛନ୍ତି । ଶିକ୍ଷକ ଜଣଙ୍କ ନିଶା ଶକ୍ତ ଅବସ୍ଥାରେ ସ୍କୁଲ ଆସିବା ସହିତ ନିଶା ଦ୍ରବ୍ୟ ଗାଡ଼ି ଡିକିରେ ରଖୁଥିବା ଅଭିଯୋଗ ହେଉଛି । ତେଣୁ ସ୍କୁଲରେ ଛାତ୍ର ଛାତ୍ରୀ ମାନେ ମୌଳିକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଇଛି ।ଏହି ଭଳି ଅନେକ ଦୁର୍ନୀତିରେ ସାମିଲ ଅଛନ୍ତି ପ୍ରଧାନ ଶିକ୍ଷକ ବୋଲି ସ୍କୁଲ କମିଟି ଲିଖିତ ଭାବେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଦେବା ସହିତ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଭେଟି ଲିଖିତ ଏବଂ ମୌଖିକ ଅଭିଯୋଗ ଦେଇଛନ୍ତି । ଅନ୍ୟ ପଟେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଉକ୍ତ ଘଟଣା ତଦନ୍ତ କରି ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ସ୍କୁଲ ଏସ,ଏମ,ସି କମିଟି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରୁ ଫେରିଛନ୍ତି । ଜିଲ୍ଲା ଶିକ୍ଷାଧିକାରୀ ଙ୍କ ର ଏହା ଯଦି ତେଲ ମରା କଥା ହେଇଥାଏ ତେବେ ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଜୋର ଜାର ଆନ୍ଦୋଳନ ହେବ ବୋଲି ସ୍କୁଲ କମିଟି ର ସଭାପତି ଏବଂ ସମସ୍ତ ସଭ୍ୟ ସଭ୍ୟା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସମ୍ମୁଖରେ କହିବା ସହିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଲିଖିତ ଏବଂ ମୌଖିକ ଅଭିଯୋଗ ଦେଇଛନ୍ତି l

nis-ad
Leave A Reply

Your email address will not be published.