ପ୍ରଧାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ଖରାରେ ପାଣି ବୁହାଇବା କାମରେ ଲଗାଇଲେ…

କନ୍ଧମାଳ – ସରକାରଙ୍କ ନିୟମକୁ ବେଖାତିର କରି ସ୍କୁଲ ଚଳାଉଛନ୍ତି ପ୍ରଧାନ ଶିକ୍ଷକ l ରାଜ୍ୟ ସରକାରଙ୍କ ତରଫରୁ ଚଉଦ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ମାଗଣା ପାଠ ପଢିବେ ବୋଲି ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି l ବିଦ୍ୟାଳୟକୁ ସବୁଦିନେ ଆସିବା ପାଇଁ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି l ମାଗଣା ଖାଇବା, ପିନ୍ଧିବା,ବହି ଖାତା ,ସାଇକେଲ ବଣ୍ଟନ କାର୍ଯ୍ୟ କରାଯାଉଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିପରି ଛୋଟ ଛୋଟ ପିଲାମାନଙ୍କ ଜରୀଆରେ ପାଣି ଅଣାଉଛନ୍ତି ତାହାର ଅଭିଯୋଗ ହୋଇଛି l ଏପରିକି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଅଛି କୌଣସି ବିଦ୍ୟାର୍ଥୀଙ୍କୁ ସ୍କୁଲ କାର୍ଯ୍ୟରେ ଖଟାଇ ପାରିବେ ନାହିଁ ଏହି ସବୁ ନିୟମ ଉଲଙ୍ଘନ କରିଛନ୍ତି ପ୍ରଧାନ ଶିକ୍ଷକ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏମିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ରେବୀଙ୍ଗିଆ ପଞ୍ଚାୟତର କୁଟିଗୁଡା ପ୍ରାଥମିକ ବିଦ୍ୟାଳୟରେ l ପ୍ରଧାନ ଶିକ୍ଷକ ସ୍କୁଲର ଛାତ୍ରୀଙ୍କୁ ସ୍କୁଲ ବାହାରକୁ ପଠାଇ ପାଣି ଆଣୁଛନ୍ତି l ଏମିତି କି ଦୁଇ ଥର ନୁହଁ ଅନେକ ଥର ପଠାଉଥିବା ଦେଖିବାକୁ ମିଳିଛି l କିଛି ଦିନ ତଳେ ଛାତ୍ରଙ୍କୁ ପଠାଇ କୂଅରୁ ପାଣି କାଢୁଥିଲେ l ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ମା ମାନଙ୍କୁ ରଖାଯାଇଛି l ସେମାନେ ପାଣି ଆଣି ରାନ୍ଧିବା ବଦଳରେ ସ୍କୁଲ ପିଲାଙ୍କୁ ପଠା ଯାଉଚି ବୋଲି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଉପରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.