ପ୍ରୋଟିନ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ…

କଟକ: କଟକରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପ୍ରୋଟିନ୍‌ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଛି । କଟକ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ । ସ୍ଥାନୀୟ ଏକ ଜିମ୍‌ର ଟ୍ରେନରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି ।

ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ମର୍କତ ନଗର ଥାନା ପୋଲିସ । ସମ୍ପୃକ୍ତ ଟ୍ରେନରଙ୍କୁ ପଚରାଉଚରା ଚାଲିଛି । ଅଭିଯୋଗ ହୋଇଛି, ଉଭୟଙ୍କର ଜିମରୁ ପରିଚୟ ହୋଇଥିଲା । ଟ୍ରେନର ଜଣକ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ପ୍ରତାରଣା କରିଛନ୍ତି ।

nis-ad
Leave A Reply

Your email address will not be published.