ବିଦ୍ୟୁତ୍ ସଟ୍‌ସର୍କିଟରୁ ଅଗ୍ନିକାଣ୍ଡ; ୧୭ ବଖରା ଭସ୍ମୀଭୂତ

ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବିଦ୍ୟାଧରପୁର ଗ୍ରାମରେ ସର୍ଟସର୍କିଟ୍‌ରୁ ନିଆଁ ଲାଗି ୧୭ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଫଳରେ ସାତଟି ପରିବାରର ଚାଳିଶରୁ ଊର୍ଦ୍ଧ୍ବ ସଦସ୍ୟ ବାସହରା ହୋଇଥିବା ଦେଖିବାକୁ ମିଳିଛି। ଏଥିସହିତ ଲକ୍ଷ୍ୟ ଲକ୍ଷ ଟଙ୍କାର ସମ୍ପତ୍ତି ତଥା ଧାନ, ଚାଉଳ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନା ଅନୁସାରେ ଆଜି ଦିନ ୨.୩୦ ମିନିଟ ସମୟରେ ସେକ୍‌ ମନ୍ଵାର, ସେକ୍‌ ଅଜିଯୁଲଙ୍କ ଘର ଉପରେ ନିଆଁ ଦେଖି ସ୍ଥାନୀୟ ଲୋକେ ଖବର ଦେବା ପରେ ଘରଭିତରେ ଶୋଇଥିବା ଛୋଟ ଛୋଟ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଚାହୁଁଚାହୁଁ ଅନ୍ୟ ଘରଗୁଡ଼ିକୁ ଏହି ନିଆଁ ବ୍ୟାପିଥିଲା। ସମୁଦାୟ ନଅଟି ପରିବାରର ପାଖାପାଖି ୪୦ରୁ ଊର୍ଦ୍ଧ୍ବ ସଦସ୍ୟ ରହୁଥିବା ଜଣାଯାଇଛି। ସମସ୍ତେ ଖଟିଖିଆ ହୋଇଥିବାରୁ ଘରେ କେବଳ ସ୍ତ୍ରୀ ଲୋକ ଓ ପିଲାମାନେ ରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତା କ୍ରମେ ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଖାଦ୍ୟ ସାମଗ୍ରୀ, ଲୁଗାପଟା ପୋଡ଼ି ପାଉଁଶ ହୋଇଯାଇଛି।

ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ଉକ୍ତ ପରିବାର ବର୍ଗକୁ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ଏହି ନିଆଁରେ ସେକ ଅନ୍ଵାର, ସେକ ଅର୍ସତ, ସେକ୍‌ ରିଆଜ, ସେକ୍‌ ମିରାଯୁଲ, ସେକ ସିରାଯୁଲ, ସେକ୍‌ ମୈମୁଦ୍, ସେକ୍‌ ଫାଇଯୁଲଙ୍କ ଘର ପୋଡ଼ି ନଷ୍ଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

nis-ad
Leave A Reply

Your email address will not be published.