ପାକିସ୍ତାନର ଇତିହାସ ବହିରେ ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ଭୁଲ କଥା…

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ଦୁଇଟି ଅଲଗା ଦେଶ ହୋଇଥିଲେ ବି ଉଭୟଙ୍କ ଇତିହାସ ସମାନ । କାରଣ ୧୯୪୭ ପୂର୍ବରୁ ପାକିସ୍ତାନ ଭାରତରୁ ଅଲଗା ହୋଇ ଗଠନ କରାଯାଇଥିଲା । ଏହା ସତ୍ତ୍ବେ ପାକିସ୍ତାନରେ ସ୍କୁଲ ପିଲାଙ୍କୁ ଭୁଲ ଇତିହାସ ପଢାଯାଇ ବିଭ୍ରାନ୍ତ କରାଯାଉଛି । ପିଲା ବୟସରୁ ସେମାନଙ୍କ ମନରେ ଭାରତ ଓ ହିନ୍ଦୁ ବିରୋଧୀ ଚିନ୍ତାଧାରାର ବୀଜ ବପନ କରାଯାଉଛି । ଏକ ଭାରତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ପାକିସ୍ତାନ ୯ମ ଓ ୧୦ମ ଶ୍ରେଣୀ ଇତିହାସ ବହିରେ ଲେଖାଅଛି ଯେ କଂଗ୍ରେସ ଥିଲା କେବଳ ହିନ୍ଦୁମାନଙ୍କର ଏକ ଦଳ । ଏହା ଭାରତର ସବୁ ଲୋକଙ୍କ ପ୍ରତିନିଧିତ୍ବ କରୁନଥିଲା । କଂଗ୍ରେସ ଦଳର ଚିନ୍ତାଧାରା ସଂକୀର୍ଣ୍ଣ ଥିଲା ଓ ଏହା ମୁସଲିମମାନଙ୍କ ଅଧିକାର ପ୍ରତି ଯତ୍ନବାନ ନଥିଲା । ପାକିସ୍ତାନର ଇତିହାସ ବହିରେ ମହାତ୍ମା ଗାନ୍ଧୀଙ୍କ ସଂପର୍କରେ କେତେକ ଦୁର୍ଭାଗ୍ୟଜନକ କଥା ଲେଖା ହୋଇଛି । ଏସବୁ ବହିରେ ଗାନ୍ଧୀଙ୍କୁ ଜଣେ ହିନ୍ଦୁ ନେତାଭାବେ ଚିତ୍ରଣ କରାଯାଇଛି, ଯାହାଙ୍କର ମୁସଲିମ ମାନଙ୍କ ପ୍ରତି ସମ୍ମାନ ନଥିଲା ବୋଲି କୁହାଯାଇଛି । ଗାନ୍ଧି ଓ ତାଙ୍କ ସମର୍ଥକମାନେ କଂଗ୍ରେସର ନେତୃତ୍ବ ନେବା ପରେ ତାହା ହିନ୍ଦୁମାନଙ୍କ ସ୍ବାର୍ଥ ପ୍ରତି ଯତ୍ନବାନ ହୋଇଗଲା ଓ ଏହା ମୁସଲିମମାନଙ୍କ ପ୍ରତି ଘୃଣା ଓ ଇର୍ଷାଭାବନା ରଖୁଥିଲା । ତୁର୍କୀରେ ଚାଲୁଥିବା ଖିଲାପତ୍ ଆନ୍ଦୋଳନକୁ ଗାନ୍ଧୀ ଯେଉଁ ସମର୍ଥନ କରିଥିଲେ ତାହା କେବଳ ନିଜସ୍ବ ଏଜେଣ୍ଡାକୁ ଚରିତାର୍ଥ କରିବାକୁ ବୋଲି ଏହି ଇତିହାସ ବହିରେ ଲେଖାଯାଇଛି ।

nis-ad
Leave A Reply

Your email address will not be published.