ରୀତିମତ ଖାଉଟି ଚାଉଳ ଚୋରା ଚାଲାଣ, ହିତାଧିକାରୀଙ୍କ ଚାଉଳ କିଣି ଦଲାଲ ମାଲେ ମାଲ…

ମାଲକାନଗିରି : କାଲିମେଳା ଦିନକୁ ଦିନ ହତାଧିକାରୀ ଚାଉଳକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଓ କାଦୁଅ ଫିଙ୍ଗା ଫିଙ୍ଗି ଚାଲିଥିବା ବେଳେ ତାହାକିଭଳି ବାଟମାରଣା ହେଉଛି ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଅନ୍ତର୍ଗତ ନାଳଗୁଗୁଣ୍ଠି ପଂଚାୟତରେ । କାଲିମେଳା ବ୍ଳକ ନାଲାଗୁଣ୍ଠି ଗ୍ରାମ ପଞ୍ଚାୟତରେ ଗରିବ ରାସନ୍ କାର୍ଡଧାରୀଙ୍କ ପାଇଁ ଆସୁଥିବା ଚାଉଳକୁ ସ୍ୱଳ୍ପ ଦାମରେ କିଣି ଦଲାଲ ମାଲେ ମାଲ ହେଉଛନ୍ତି । ନାଲାଗୁଣ୍ଠି ଗ୍ରାମ ପଞ୍ଚାୟତର ପଞ୍ଚାୟତ ଅଫିସ୍ ସମ୍ମୁଖରେ ଦଲାଲ ମାନେ ଗରିବ ହିତାଧିକାରୀଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଅଳ୍ପ ଦାମରେ ଚାଉଳ କିଣି ବେପାରୀ, ମିଲମାଲିକ ମାନଙ୍କ ହାତରେ ଟେକି ଦେଉଛନ୍ତି । ଏଥିରେ ବେପାରୀ ଓ ମିଲମାଳିକ ମାନେ ନିଜ ଅନେକ ଲାଭ କରୁଥିବା ବେଳେ ଗରିବ ଆଦିବାସୀ ହିତାଧିକାରୀ ଚାଉଳ ବିକି ଅନାହାରରେ ଦିନ ବିତେଇଥାନ୍ତି । ଏଠାରେ ପ୍ରଶ୍ନ ଉଠେ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଦଲାଲ ମାନେ ଚାଉଳ କିଣୁଥିବା ବେଳେ ପ୍ରଶାସାନିକ ଅଧିକାରୀ ଏମ ଆଇ , କାଲିମେଳା, ନାଲାଗୁଣ୍ଠି ଯୋଗାଣ ସହାୟକ,ପିଓ,ଜିଆରସ, କେମିତି ନୀରବ ଦ୍ରଷ୍ଟା ସାଜିଛନ୍ତି ନା ଏହା ଏକ ରୀତିମତ ରାକେଟ ମାଧ୍ୟମରେ ସରକାରୀବାବୁ ଓ ଦଲାଲ ମାନଙ୍କ ମଧ୍ୟରେ କିଛି ଶଲା ସୁତୁରାରେ ହେଉଅଛି ? ଆଗାମୀ ଦିନରେ ଏହା ପ୍ରତିକାର କିଭଳି ହେଉଛି ତାହା ଦେଖିବାକୁ ବାକି ରହିଲା ।

nis-ad
Leave A Reply

Your email address will not be published.