ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସୌରଭ ଭରଦ୍ବାଜ ଓ ଆତିଶୀ ମାର୍ଲେନାଙ୍କ ନାମକୁ ରାଷ୍ଟ୍ରପତିଙ୍କ ଅନୁମୋଦନ…

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୌରଭ ଭରଦ୍ୱାଜ ଏବଂ ଆତିଶୀଙ୍କୁ ଦିଲ୍ଲୀ କ୍ୟାବିନେଟରେ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ରାଷ୍ଟ୍ରପତି ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ଆପ୍ ସରକାରଙ୍କ ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ଇସ୍ତଫା ଗ୍ରହଣ କରିଥିଲେ । ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ଅଲଗା ଅଲଗା ଅଭିଯୋଗରେ ଇଡି-ସିବିଆଇ ତଦନ୍ତ ଅଧୀନରେ ଅଛନ୍ତି । ଉଭୟ ନେତା ଏବେ ତିହାର ଜେଲରେ ଅଛନ୍ତି ।

ଅରବିନ୍ଦ କେଜ୍ରିୱାଲ ଅତିଶୀ ମାର୍ଲେନା ଏବଂ ସୌରଭ ଭରଦ୍ୱାଜଙ୍କ ନାମ ଅନୁମୋଦନ ପାଇଁ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ । ବର୍ତ୍ତମାନ ସିସୋଦିଆ ଏବଂ ଜୈନଙ୍କ ବିଭାଗର ଦାୟିତ୍ୱ କୈଳାସ ଗେହଲୋଟ୍ ଏବଂ ରାଜକୁମାର ଆନନ୍ଦଙ୍କୁ ଦିଆଯାଇଛି । ଶପଥ ଗ୍ରହଣ ଦିନଠାରୁ ଉଭୟ ଅତିଶୀ ଓ ସୌରଭ  ବିଭାଗ ସମ୍ଭାଳିବା ଆରମ୍ଭ କରିବେ। ସୌରଭ କେଜ୍ରିୱାଲଙ୍କ ପ୍ରଥମ ସରକାରରେ ୪୯ ଦିନର ପରିବହନ ମନ୍ତ୍ରୀ ଥିଲେ। ସେହିପରି ଶିକ୍ଷା କ୍ଷେତ୍ରରେ ସିସୋଦିଆଙ୍କ ପରାମର୍ଶଦାତା ଭାବେ ଆତିଶୀ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ୮ ଘଣ୍ଟାର ପଚରାଉଚରା ପରେ ମନୀଷ ସିସୋଦିଆଙ୍କୁ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା । ସେହିପରି ସତ୍ୟେନ୍ଦ୍ର ଜୈନ ଗତ ବର୍ଷ ମେ ୩୦ ତାରିଖରୁ ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ଅଛନ୍ତି ।

nis-ad
Leave A Reply

Your email address will not be published.