ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟାରେ କିଣିଥିବା ସମ୍ପତ୍ତି ପାଇଁ ଦେବାକୁ ପଡ଼ିବନି ଟାକ୍ସଫୋର୍ସ…

କଟକ : ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟାରେ ପ୍ଲଟ, ଫ୍ଲାଟ, ଗୃହ ହାତେଇଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଯେଉଁମାନେ ଇଚ୍ଛାଧୀନ କୋଟାରେ ଏକମାତ୍ର ପ୍ଲଟ ବା ଫ୍ଲାଟ ପାଇଥିବେ ସେମାନଙ୍କୁ ଟାକ୍ସଫୋର୍ସ ରିପୋର୍ଟ ପରିଧିରୁ ବାଦ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ନେଇ ସୂଚନା ପ୍ରକାଶିତ ହୋଇଛି। ରାଜ୍ୟ ସରକାରଙ୍କ ଦ୍ଵାରା ଗଠିତ ଟାକ୍ସଫୋର୍ସ କମିଟି ବିବରଣୀରେ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ଵାରା ଇଚ୍ଛାଧୀନ କୋଟାରେ ୯୨୧ ଟି ସମ୍ପତ୍ତି ଅନ୍ତର୍ଭୁକ୍ତ ହୋଇଛି। ଯେଉଁ ଆବଣ୍ଟନ ଗ୍ରହିତାଙ୍କର ତାଙ୍କ ନାମ କିମ୍ବା ପରିବାର ସଦସ୍ୟଙ୍କ ନାମରେ ଏକମାତ୍ର ଅସ୍ଥାବର ସମ୍ପତ୍ତି ସଠିକ ଉପାୟରେ ଆବଣ୍ଟନ ହୋଇଥିବ, ସେହି ସମ୍ପତ୍ତିକୁ ଟାକ୍ସଫୋର୍ସ ରିପୋର୍ଟ ପରିଧିରୁ ବାଦ ଦେବା ପାଇଁ କଟକ ଉନ୍ନୟନ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ତାଲିକା କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ୱେବସାଇଟରେ ଉପଲବ୍ଧ ହେଉଛି।

ଏହା ସହିତ ଏହି ତାଲିକାରେ ସାମିଲ ଥିବା କୌଣସି ଆବଣ୍ଟନ ଗ୍ରହିତା କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଏହି ଆବଣ୍ଟନ ପୂର୍ବରୁ ବା ପରେ କଟକ ମହାନଗର ନିଗମ ସୀମାଭୁକ୍ତ ଅଞ୍ଚଳରେ ବାସ ଉପଯୋଗୀ ଅସ୍ଥାବର ସମ୍ପତ୍ତି ଥିଲେ, ସେ ସମସ୍ତ ସମ୍ପତ୍ତି ସମ୍ପର୍କରେ ନିର୍ଦ୍ଧାରିତ ସତ୍ୟପାଠ ମାଧ୍ୟମରେ ୧୫ ଦିନ ମଧ୍ୟରେ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଇଚ୍ଛାଧୀନ କୋଟାରେ ଏକମାତ୍ର ପ୍ଲଟ ପାଇ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ଲୋକମାନେ ଉପକୃତ ହୋଇପାରିବେ।

nis-ad
Leave A Reply

Your email address will not be published.