‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ କାଲି ଲାଲୁ ଯାଦବଙ୍କୁ ଜେରା କରିବ ସିବିଆଇ

ପାଟନା: ‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ କାଲି ‘ଆର୍‌ଜେଡି’ର ମୁଖ୍ୟ ଲାଲୁ ଯାଦବଙ୍କୁ ଜେରା କରିବ ସିବିଆଇ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଆଜି ପଚରାଉଚରା କରିବା ପରେ କାଲି ଜେରା ପାଇଁ ଲାଲୁ ଯାଦବଙ୍କୁ ସିବିଆଇ ସମନ ପଠାଇଥିବା ଜଣାପଡ଼ିିଛି। ଦିଲ୍ଲୀର ସିବିଆଇ କାର୍ଯ୍ୟାଳୟରେ ତାଙ୍କୁ ହାଜର ହେବା ପାଇଁ କୁହାଯାଇଛି।
ତେବେ ଆଜି ‘ସିବିଆଇ’ ଅଧିକାରୀମାନେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଚଢ଼ଉ କରି ତାଙ୍କୁ ‘ଜମି ବଦଳରେ ଚାକିରି’ ଦୁର୍ନୀତି ସଂକ୍ରାନ୍ତରେ ୪ ଘଣ୍ଟା ଧରି ଜେରା କରିଥିଲେ। ସିବିଆଇ ଜେରା ସମାପ୍ତ ହେବା ପରେ ରାବ୍ରି ଦେବୀଙ୍କୁ ଏହା ବିଷୟରେ ପଚରାଯିବାରୁ ସେ କହିଥିଲେ, ବ୍ୟସ୍ତ ହୁଅନ୍ତୁ ନାହିଁ, ଆମ ଘରକୁ ସିବିଆଇ ଦଳଙ୍କ ଯିବା ଆସିବା ଲାଗି ରହିଥାଏ।
ସୂଚନାଯୋଗ୍ୟ, ଏହି ‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ କୋର୍ଟ ଲାଲୁ ଯାଦବ, ରାବ୍ରି ଦେବୀ, ମିସା ଭାରତୀଙ୍କ ସମେତ ୧୪ଜଣ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୧୫ ରେ କୋର୍ଟରେ ହାଜର ହେବାକୁ କହିଛନ୍ତି। ଏହା ପୂର୍ବରୁ ସିବିଆଇ ସମନ ଜାରି କରି ଅଭିଯୁକ୍ତଙ୍କୁ ପଚରାଉଚରା ଆରମ୍ଭ କରିଛି।

ତେବେ ‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲା ୧୪ବର୍ଷ ପୁରୁଣା, ଯେତେବେଳେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିଲେ। ସେ ସମୟରେ ରେଲୱେ‌ରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ଜମି ହଡପ କରିନେଇଥିଲେ ଲାଲୁ। ଏନେଇ ଅଭିଯୋଗ ହେବା ପରେ ଏବେ ତଦନ୍ତ ଆରମ୍ଭ କରିଛି ସିବିଆଇ।

nis-ad
Leave A Reply

Your email address will not be published.