ବଳାତ୍କାର ମାମଲାରେ ଯୁବକ ଗିରଫ…

ଦାରିଙ୍ଗବାଡି(୬/୩) : ୨୦୧୮ ମସିହାରେ ଦାରିଙ୍ଗବାଡି ଥାନା ଅଂଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରି ଯୁବକ ଫେରାର ହୋଇଥିବା ବେଳେ ଆଜି ଦାରିଙ୍ଗବାଡି ପୋଲିସ ବଳତ୍କାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇ ଛନ୍ତି । ଗିରଫ ଜଣକ ହେଲେ ଆତିନବାଡ଼ି ଗ୍ରାମର ସବିନ୍ଦ୍ର ପ୍ରଧାନ। ସବିନ୍ଦ୍ର ପ୍ରଧାନ ୨୦୧୮ ମସିହାରେ ଜଣେ ନାବାଳିକାକୁ ବଳାତ୍କାର କରିଥିଲେ । ଏନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ପୋଲିସ ଏନେଇ ମାମଲା ନମ୍ବର ୫୩/୨୦୧୮ ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଦୀର୍ଘ ବର୍ଷ ହେଲା ଯୁବକ ଫେରାର ଥିଲେ । ଶେଷରେ ପୋଲିସ ହାତରେ ଧରା ପଡ଼ି ଜେଲ ଗଲେ ଯୁବକ।

nis-ad
Leave A Reply

Your email address will not be published.