ଡବ୍ଲୁପିଏଲରେ ଛକା ଓ ଚୌକା ବର୍ଷା ପଛର ରହସ୍ୟ

ମୁମ୍ବାଇ: ପୁରୁଷ କ୍ରିକେଟରଙ୍କ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଥିବା ଆଇପିଏଲ୍‌ (ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌) ଆରମ୍ଭର ଠିକ୍ ୧୫ ବର୍ଷ ପରେ ଶନିବାରଠାରୁ ମହିଳା ପ୍ରିମିୟର୍ ଲିଗ୍ (ଡବଲ୍ୟୁପିଏଲ୍‌)ର ଶୁଭାରମ୍ଭ ହୋଇଛି। ତେବେ ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଜାଏଣ୍ଟସ ମଧ୍ୟରେ ହୋଇଥିବା ମ୍ୟାଚ୍ ସମୟରେ ମୁମ୍ବାଇ ଦଳ ପ୍ରଥମ ଇନିଂସରେ ୨୦୭ ରନ୍ ସ୍କୋର କରିଥିଲା। ଏହି ଇନିଂସ ସମୟରେ ମୁମ୍ବାଇ ଟିମ ୩୧ଟି ଚୌକା ଓ ୬ଟି ଛକା ମାରିଥିଲେ। ସାଧାରଣତଃ ମହିଳା ଟି -୨୦ ମ୍ୟାଚରେ ଅଧିକ ସ୍କୋର ହୁଏ ନାହିଁ | ଏଭଳି ପରିସ୍ଥିତିରେ ଯେତେବେଳେ ଏହି ବିଶାଳ ସ୍କୋର ହୋଇଥିଲା, ଏହା ପଛର ଏକ ବଡ଼ କାରଣ ମଧ୍ୟ ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁଯାୟୀ, ଡବ୍ଲୁପିଏଲରେ ଏଥର ବାଉଣ୍ଡ୍ରିକୁ ଯଥେଷ୍ଟ ହ୍ରାସ କରାଯାଇଛି। ଡବ୍ଲୁପିଏଲରେ ଅତିବେଶୀରେ ବାଉଣ୍ଡ୍ରି ସୀମା ୬୦ ମିଟର ରହିଛି | କିଛିଦିନ ତଳେ ହୋଇଥିବା ମହିଳା ଟି -୨୦ ବିଶ୍ୱକପରେ ବାଉଣ୍ଡ୍ରିର ସର୍ବାଧିକ ଦୂରତା ୬୫ ମିଟର ରଖାଯାଇଥିଲା, ଅର୍ଥାତ୍ ଡବ୍ଲୁପିଏଲରେ ଏହାକୁ ୫ ମିଟରକୁ ହ୍ରାସ କରାଯାଇଛି |
ତେବେ ବିସିସିଆଇର ଏହି ନିଷ୍ପତ୍ତି ପଛରେ ବଡ କାରଣଟି ହେଉଛି ଯେ ବାଉଣ୍ଡ୍ରି ଦୂରତା କମାଇଦେଲେ ମ୍ୟାଚରେ ଅଧିକ ଚୌକା ଓ ଛକା ହୋଇପାରିବ ଏବଂ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ମିଳିପାରିବ । ଡବ୍ଲୁପିଏଲ ଆରମ୍ଭ ପୂର୍ବରୁ ମଧ୍ୟ ଡିୱାଇ ପାଟିଲ୍ ଏବଂ ବ୍ରାବୋର୍ନ୍ ଷ୍ଟାଡିୟମର ବାଉଣ୍ଡ୍ରି ଦଉଡିକୁ ଆଗକୁ ଟାଣି ଦିଆଯାଇଥିଲା | ଉଲ୍ଲେଖ ଥାଉ କି ଯେ ଡବ୍ଲୁପିଏଲର ସମସ୍ତ ମ୍ୟାଚ୍ କେବଳ ଏହି ଦୁଇଟି ଷ୍ଟାଡିୟମରେ ଖେଳାଯିବ | ଜଣେ ଅଧିକାରୀ କହିଛନ୍ତି, ‘ବିସିସିଆଇ ଆମକୁ ନିର୍ଦ୍ଦେଶ ଦେଇଛି ଯେ ପ୍ରତ୍ୟେକ ମ୍ୟାଚ୍‌ରେ ସର୍ବାଧିକ ୬୦ ମିଟର ପର୍ଯ୍ୟନ୍ତ ବାଉଣ୍ଡ୍ରି ରଖାଯାଇପାରିବ।’ ଆଇପିଏଲ୍ ମ୍ୟାଚରେ ବାଉଣ୍ଡ୍ରି ଦୂରତା ୭୦ ମିଟର ପର୍ଯ୍ୟନ୍ତ ରଖାଯାଇଥାଏ | ଡବ୍ଲୁପିଏଲର ପ୍ରଥମ ମ୍ୟାଚରେ ବାଉଣ୍ଡ୍ରି ଛୋଟ ହେବାରୁ ମୁମ୍ବାଇ ଇଣ୍ଡିଆନ୍ସ ଏହାର ଭରପୁର ଫାଇଦା ଉଠାଇଥିଲା | ହରମାନପ୍ରୀତ ୧୪ଟି ଚୌକା ମାରିଥିବାବେଳେ ହେଲି ମାଥ୍ୟୁସ୍ ୪ଟି ଛକା ମାରିଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ୨୦୭ ରନ୍ ସଂଗ୍ରହ କରିଥିଲା। ଏହି ବିଶାଳ ସ୍କୋର ସମ୍ମୁଖରେ ଗୁଜୁରାଟ ଜାଏଣ୍ଟସ୍ ଦଳ ପରାସ୍ତ ହୋଇଥିଲା। ଗୁଜୁରାଟ ଦଳ ମାତ୍ର ୬୪ ରନରେ ଅଲଆଉଟ୍ ହୋଇଯାଇଥିଲା ।

nis-ad
Leave A Reply

Your email address will not be published.