ଉମେଶ ପାଲ୍‌ ହତ୍ୟା ଘଟଣା: କ୍ରେଟା କାରର ମାଲିକକୁ ଖୋଜି ବାହାର କଲା ପୁଲିସ…

ପ୍ରୟାଗରାଜ: ‘ବିଏସ୍‌ପି’ ବିଧାୟକ ରାଜୁ ପାଲ୍‌ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ ହତ୍ୟା ମାମଲାରେ ଏବେ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଉମେଶଙ୍କୁ ଗୁଳି କରିିଥିବା ସୁଟର ଯେଉଁ ଗାଡ଼ି ବ୍ୟବହାର କରୁଥିଲା, ତାହା ଅତୀକଙ୍କ ସହଯୋଗୀ ନଫିସ ଅହମ୍ମଦର ଥିଲା ବୋଲି ଜଣାପଡ଼ିଛି। ପୁଲିସ ବିଭାଗର ସୂତ୍ରରୁ ଜଣାପଡିଛି ଯେ ପ୍ରୟାଗରାଜ ପୁଲିସ ଆଇପିସି ଧାରା ୧୨୦-ବି ଅଧୀନରେ ନଫିସ ଅହମ୍ମଦକୁ ଗିରଫ କରିବାକୁ ପ୍ରସ୍ତୁତ ହେଉଛି।
ଖବର ଅନୁଯାୟୀ, ନଫିସ୍ ଅହମ୍ମଦ ଅତୀକ୍ ଅହମ୍ମଦଙ୍କ ସାନଭାଇ ଅଶ୍ରଫର ଭଲ ବନ୍ଧୁ। ଉମେଶ ପାଲ ହତ୍ୟା ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ମଧ୍ୟରୁ ଅତୀକ୍ ଅନ୍ୟତମ। ତେବେ ଉମେଶ ପାଲଙ୍କୁ ହତ୍ୟା କରିବା ପାଇଁ ସୁଟରମାନଙ୍କୁ ନଫିସ ଅହମ୍ମଦ ନିଜର କ୍ରେଟା କାର ଦେଇଥିଲେ।
କୁହାଯାଉଛି ଯେ, ୨୦୧୪ପର୍ଯ୍ୟନ୍ତ, ନଫିସ୍ ଅହମ୍ମଦ ପ୍ରୟାଗରାଜର ସିଭିଲ୍ ଲାଇନ୍ ଅଞ୍ଚଳରେ ବିରିୟାନୀ ବିକ୍ରେତା ଥିଲେ। କିନ୍ତୁ ଅତୀକ୍ ଏବଂ ତାଙ୍କ ସାନଭାଇ ଅଶ୍ରଫଙ୍କ ସହ ତାଙ୍କର ଘନିଷ୍ଠତା ହେତୁ ଆଜି ତାଙ୍କର ବିରିୟାନି ଦୋକାନ ପ୍ରୟାଗରାଜରେ ଏକ ବ୍ରାଣ୍ଡରେ ପରିଣତ ହୋଇଛି।
ବର୍ତ୍ତମାନ ଅହମଦାବାଦର ସାବରମତି ଜେଲରେ ଥିବା ଅତୀକ୍ ଅହମ୍ମଦ ପ୍ରୟାଗରାଜରେ ଗୁଳି ଚଳାଇ ଉମେଶ ପାଲଙ୍କୁ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସର ଅନୁସନ୍ଧାନରୁ ଜଣାପଡିଛି ଯେ ଗୁଜରାଟର ସାବରମତି ଜେଲରେ ଥିବାବେଳେ ଅତୀକ୍ ଅହମ୍ମଦ ଏହି ହତ୍ୟା ଷଡଯନ୍ତ୍ର କରିଥିଲେ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସେ ତାଙ୍କ ଭାଇ ଏବଂ ସହଯୋଗୀଙ୍କ ସାହାଯ୍ୟ ନେଇଥିଲେ।

nis-ad
Leave A Reply

Your email address will not be published.