ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ପ୍ରତିଯୋଗିତାର ଦ୍ଵିତୀୟ ଦିବସ

ସୁନ୍ଦରଗଡ଼ (୦୪/୦୩) : ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ପ୍ରତିଯୋଗିତା ର ଦ୍ଵିତୀୟ ଦିବସରେ ହକି ୧୭ ବର୍ଷରୁ କମ ବାଳକ ବିଭାଗ ପ୍ରଥମ ମ୍ୟାଚ୍ ଦେଓଗଡ ଓ ସମ୍ବଲପୁର ମଧ୍ୟରେ ହୋଇଥିଲା । ଏଥିରେ ଦେଓଗଡ଼ ଜିଲ୍ଲା ୧-୦ ରେ ବିଜୟ ଲାଭ କରି ସେମିଫାଇନାଲ ରେ ପହଞ୍ଚିଥିଲା। ୧୭ ବର୍ଷରୁ କମ୍ ବାଳିକା ବିଭାଗର ପ୍ରଥମ ସେମିଫାଇନାଲ ଦେଓଗଡ ଓ ଅନୁଗୁଳ ମଧ୍ୟରେ ହୋଇଥିଲା। ଦେଓଗଡ଼ ଦଳ ପେନାଲ୍ଟି ସୁଟ ରେ ଅନୁଗୁଳ କୁ ୩-୦ ଗୋଲ୍ ଦେଇ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା। ୧୭ବର୍ଷରୁ କମ୍ ବାଳକ ବିଭାଗର ପ୍ରଥମ ସେମିଫାଇନାଲ ସୁନ୍ଦରଗଡ ଢେ଼ଙ୍କାନାଳ ମଧ୍ୟରେ ହୋଇଥିଲା, ଯେଉଁଥିରେ ସୁନ୍ଦରଗଡ ୫-୦ ଗୋଲରେ ଢେଙ୍କାନାଳ କୁ ହରେଇ ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲା। ଗ୍ରାଉଣ୍ଡ -୨ ରେ ବାଳିକା ବିଭାଗର ଦ୍ଵିତୀୟ ସେମିଫାଇନାଲର ସୁନ୍ଦରଗଡ଼ , ଢେ଼ଙ୍କାନାଳ କୁ ୧୦-୦ ଗୋଲ୍ ରେ ପରାସ୍ତ କରି ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିଲା। ୧୭ ବର୍ଷରୁ କମ୍ ବାଳିକା ବିଭାଗର ଚୁଡାନ୍ତ ପ୍ରତିଯୋଗିତା ସୁନ୍ଦରଗଡ ଓ ଦେଓଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସେଥିରେ ସୁନ୍ଦରଗଡ଼ ଅତି ସୁନ୍ଦର ଖେଳ ପ୍ରଦର୍ଶନ କରି ୮-୦ ଗୋଲ୍ ରେ ବିଜୟ ଲାଭ କରି ଚଳିତ ବର୍ଷ ପାଇଁ ରାଜ୍ୟସ୍ତରୀୟ ଚମ୍ପିୟାନ ଆଖ୍ୟା ବଜାୟ ରଖିଥିଲେ।


୧୭ବର୍ଷରୁ କମ୍ ବାଳକ ବିଭାଗର ଚୁଡାନ୍ତ ମ୍ୟାଚ୍ ସୁନ୍ଦରଗଡ ଓ ଦେଓଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁନ୍ଦରଗଡ ୫-୧ ରେ ବିଜୟ ଲାଭ କରି ବାଳିକା ବିଭାଗର ରାଜ୍ୟ ଚାମ୍ପିଅନସିପ ଆଖ୍ୟା ବଜାୟ ରଖିଥିଲେ। ସେହିଭଳି ରାଜ୍ୟ ତୀରନ୍ଦାଜ ପ୍ରତିଯୋଗିତାରେ କଳାହାଣ୍ଡି ସବୁଠାରୁ ଅଧିକ ୧୬ ସ୍ଵର୍ଣ୍ଣ ପଦକ ପାଇ ଚମ୍ପିୟାନ ହୋଇଥିଲା ଓ ମୟୂରଭଞ୍ଜ ୧୨ସ୍ଵର୍ଣ୍ଣ ପଦକ ପାଇ ରନର୍ସଅପ୍ ହୋଇଥିଲା ।
ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅମୁଲ୍ୟ କୁମାର ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସାରଙ୍ଗଧର ବରିହା , ଶ୍ରୀମତୀ ଲାଳିମା ଗ୍ଲୋରିଆ ଡୁଙ୍ଗଡୁଙ୍ଗ, ଗୋଷ୍ଠି ଶିକ୍ଷା ଅଧିକାରୀ ସଦର, ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପ୍ରଧାନ , ସହକାରୀ ନିର୍ଦ୍ଦେଶକ ଶାରିରୀକ ଶିକ୍ଷା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ବର , ଶ୍ରୀଯୁକ୍ତ ଅଭିଜିତ ମହାନ୍ତ ,ଜିଲ୍ଲା କ୍ରୀଡ଼ା ଅଧିକାରୀ, ତେଜ କୁମାର ଖେସ , ଅମର୍ତ୍ୟ ପ୍ରଧାନ, ଆଇ. ଇ. ଡି. ସଂଯୋଜକ, ଶ୍ରୀଯୁକ୍ତ ଗଣେଷ ବାରିକ୍, ପୂର୍ବତନ ଶାରିରୀକ ଶିକ୍ଷା ନିରୀକ୍ଷକ, ଶ୍ରୀଯୁକ୍ତ ଜ୍ୟୋତି ପ୍ରସାଦ ପରିଡା, ଆଇ. ପି. ଇ. ଢେ଼ଙ୍କାନାଳ, ଶ୍ରୀଯୁକ୍ତ ଭାଗିରଥୀ ମଲିକ, ଆଇ. ପି. ଇ. I ମୟୂରଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ । ଟାଉନ୍ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ହୀରାମଣି ମିଞ୍ଜ ସମସ୍ତଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରିଥିଲେ। ଶ୍ରୀଯୁକ୍ତ ବିଭୀଷଣ ବାରିକ୍ ଓ ଶ୍ରୀମତୀ ସ୍ୱାଗତିକା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.